ଆଈଙ୍କୁ ପିଟିପିଟି ମାରିଲା ସମ୍ପର୍କୀୟ ନାତି: ଅଭିଯୁକ୍ତକୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ଗ୍ରାମବାସୀ ।

21aec7b9-856b-433b-83e4-0ca407b7b9c5
Share

ହାଟଡ଼ିହି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ସରଳା ପଶି ଗ୍ରାମରେ ଅଭାବନୀୟ କାଣ୍ଡ ଘଟିଛି। ଏଠାରେ ଆଈଙ୍କୁ ପିଟିପିଟି ମାରିଦେଇଛି ସମ୍ପର୍କୀୟ ନାତି। ଘଟଣାଟି ଘଟିଛି ଗତକାଲି ବିଳମ୍ବିତ ରାତିରେ।
ସୂଚନା ଅନୁଯାୟୀ, ରାତି ସାଢ଼େ ଏଗାରଟା ବେଳେ କୌଣସି କାରଣକୁ ନେଇ ଗ୍ରାମର ଅଭି ମୁଣ୍ଡା ସଂପର୍କୀୟ ମାମୁ କାଳିଆ ମୁଣ୍ଡାଙ୍କୁ ଘରକୁ ଯାଇ ସ୍ୱାମୀ, ସ୍ତ୍ରୀ ଙ୍କୁ ଏକ ବାଡ଼ିରେ ପିଟିଥିଲା। ଏହା ଦେଖି ଆଈ ମିନି ମୁଣ୍ଡା ଆସି ନାତିକୁ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ନାତି ଅଭି ମୁଣ୍ଡା ଆଈଙ୍କୁ ମଧ୍ୟ ପିଟି ଥିଲା। ଫଳରେ ଆଈ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ଆଜି ସକାଳେ ମିନି ମୁଣ୍ଡା ମୃତ୍ୟୁବରଣ କରିଥିଲେ। ଏହା ଜଣା ପଡ଼ିବା ପରେ ଉତ୍ତ୍ୟକ୍ତ ଲୋକେ ନାତି ଅଭି ମୁଣ୍ଡାକୁ ଏକ ଗଛରେ ବାନ୍ଧି ଦେବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିବା ସହ ଶବକୁ ଜବତ କରିଥିବା ଜଣାଯାଇଛି।
(ସୋମେଶ ପରିଡା ଙ୍କ ରିପୋର୍ଟ ହାଟଡିହି ରୁ)