ବିନା ସୂଚନା ଫଳକରେ ଚାଲିଛି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଭାଙ୍ଗିଲା ପୋଖରୀ କାନ୍ଥ

0b55348b-9ebc-4feb-b93f-2ff2770c2e24
Share

ବେଲଗୁଣ୍ଠା18/10-ରାଜ୍ୟ ସରକାର ବିଭିନ୍ନ ଯୋଜନାରରେ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନୂତନ ନିର୍ମାଣ ଓ ପୁରୁଣା ପ୍ରକଳ୍ପ ମରାମତି ମଧ୍ୟ ଅନୁଦାନ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ପାଇଁ କାର୍ଯ୍ୟ ନିମ୍ନମାନର ହେଉଥିବା ବେଳେ କାର୍ଯ୍ୟ ଚାଲୁଥିବା ବେଳେ କିମ୍ବା ସମାପ୍ତ ହେବାର ଅଳ୍ପ ଦିନ ମଧ୍ୟରେ ତାହା ଭାଙ୍ଗି ଯାଉଥିବା ଲକ୍ଷ୍ୟ କରାଯାଉଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ଅଞ୍ଚଳରେ ।
ରାସ୍ତାଘାଟ ଓ କୋଠାବାଡ଼ି ବିଭାଗ ଦ୍ୱାରା ବେଲଗୁଣ୍ଠା ଠାରୁ ଧନୀଜାପଲ୍ଲୀ ରାସ୍ତାର ଉନ୍ନତିକରଣ କାମ ଚାଲୁ ରହିଛି ।ଧନୀଜାପଲ୍ଲୀ ଗାଆଁ ପୂର୍ବରୁ ଏହି ନିର୍ମାଣାଧୀନ ରାସ୍ତାର ପାର୍ଶ୍ଵରେ ଏକ ପୋଖରୀ ଥିବା ଯୋଗୁଁ ଏଠାରେ ଏକ ଗାର୍ଡ ୱାଲ୍ ର ଆବଶ୍ୟକ ରହିଛି ।କିନ୍ତୁ ସମ୍ପୃକ୍ତ ଠିକାଦାର ଜଣଙ୍କ ଚଞ୍ଚକତା କରି ନୁଆଁ କାନ୍ଥ ତିଆରି କରିବା ବଦଳରେ ପୋଖରୀ ପାର୍ଶ୍ଵରେ ପୂର୍ବରୁ ଥିବା କାନ୍ଥକୁ ଅଳ୍ପ ମରାମତି କରି ଏହା ବାବଦରେ ଆସିଥିବା ଟଙ୍କାକୁ ଆତ୍ମସାତ୍ କରିବାକୁ ବସିଥିବା ଅଭିଯୋଗ ହୋଇଛି ।କିନ୍ତୁ କାନ୍ଥଟି ଅତି ପୁରୁଣା ହୋଇଥିବା ଯୋଗୁଁ ଆଜି ସକାଳେ କାନ୍ଥଟିର ପ୍ରାୟ ଚାଳିଶ ମିଟର ଅଂଶ ଭୁଷୁଡ଼ି ପଡ଼ିଛି ଏବଂ ବଳକା ଅଂଶ ମଧ୍ୟ ଭୁଶୁଡିପଡ଼ିବାର ସମ୍ଭାବନା ରହିଛି, ଯାହା ଠିକାଦାରଙ୍କ ନିମ୍ନ ମାନସିକତାକୁ ପଦାରେ ପକାଇଦେଇଛି ।ଅପର ପକ୍ଷରେ କୌଣସି ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ନିର୍ମାଣ ସ୍ଥାନରେ ସୂଚନା ଫଳକ ନିର୍ମାଣ କରି ସେଥିରେ କାମର ମାନ, ବ୍ୟୟ ଏବଂ ସମୟସୀମା ଭଳି ତଥ୍ୟ ସୂଚାଇବାର ନିୟମ ରହିଥିଲେ ମଧ୍ୟ ଏଠାରେ ଏହାକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇଛି ।ଏଠାରେ କୌଣସି ସୂଚନା ଫଳକ ନିର୍ମାଣ ନକରି ଅଞ୍ଚଳବାସୀ ଏବଂ ପ୍ରଶାସନକୁ ଅନ୍ଧାରରେ ରଖି ନିର୍ମାଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଛି ।
ତେଣୁ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ନିରପେକ୍ଷ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

ଫଟୋ
[4:58 pm, 18/10/2023] Ganesh Bisoi Media: ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed