ଭାଜପାର ମୋ ମାଟି ଓ ମୋ ଦେଶ କାର୍ଯ୍ୟକ୍ରମ

65e7eaae-984c-495e-9be0-040603fbc3c1
Share


ବୁଗୁଡା ୧୮/୧୦/୨୩(
ବୁଗୁଡା ବ୍ଳକ ଅନ୍ତର୍ଗତ ତାକରଡା ପଞ୍ଚାୟତରେ ଭାଜପା ପକ୍ଷରୁ ଦେଶ ପାଇଁ ବଳି ଦାନ ଦେଇଥିବା ବୀର ଶହୀଦ ଜବାନଙ୍କ ପାଇଁ ସମର୍ପିତ ଅଭିଜାନ ମୋ ମାଟି ଓ ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଜିଲ୍ଲା ଭାଜପା ସଭାପତି ଗୋକୁଳାନନ୍ଦ ମଳିକଙ୍କ ନେତୃତ୍ଵରେ  ଭାଜପାର କର୍ମକର୍ତ୍ତା ମାନେ ତାକରଡା ପଞ୍ଚାୟତରେ ଘରକୁ ଘର ବୁଲି ଅମୃତ କଳସରେ ମାଟି ସଂଗ୍ରହ କରିବାର ସୌଭାଗ୍ଯ ଅର୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାକରଡା ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, ସମିତି ସଭ୍ୟା ଜ୍ଯୋତି ନାୟକ, ଗଙ୍ଗାଧର ନାୟକ,ହରିକୃଷ୍ଟ ସାହୁ, ଗୌର ଚନ୍ଦ୍ର ପ୍ରଧାନ,ଗାଁ ମୁଖିଆ  ମନୋରଞ୍ଜନ ନାୟକ, ଅଶୋକ ନନ୍ଦ ବ୍ରହ୍ମଚାରୀ, ଅନନ୍ତ ରାମ ଆଲଟିଆଙ୍କ ସମେତ ବହୁ କର୍ମକର୍ତ୍ତା ଓ  ଗ୍ରାମବାସୀ ଯୋଗ ଦେଇଥିଲେ।