April 28, 2026

ଚନ୍ଦନା ଏଗ୍ରଟେକ ଜିନିଙ୍ଗ କପା ମିଲରେ ଭୟାବହ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଠ

kjhkihik
Share

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ପଞ୍ଚାୟତ ଅଧିନସ୍ତ ଏଦୁରୁୱାଲସା ଗ୍ରାମ ନିକଟରେ ଥିବା ଚନ୍ଦନା ଏଗ୍ର ଟେକ କପା ଜିନଙ୍ଗି ମିଲରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଠ ରହିଥିବା ବେଳେ ଅଗ୍ନିକାଣ୍ଡରେ ୩ହଜାର୫ଶହରୁ ଉର୍ଦ୍ଧ୍ବ କ୍ୱିଣ୍ଟାଲ କପା ପୋଡି ନଷ୍ଟ ହୋଇଯାଇଥିବା ମିଲ ମାଲିକ କହିଛନ୍ତି । ଘଟଣା ସମ୍ପର୍କରେ ଖବରପାଇ ଗୁମୁଡ଼ା ଅଗ୍ନିଶମ ବିଭାଗ ଅଧିକାରୀ ଜଗନ୍ନାଥ ରାଓ କର୍ମଚାରୀ ମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗୁଣୁପୁର ଅଗ୍ନିଶମ ବିଭାଗ ଅଧିକାରୀ ରଜନୀକାନ୍ତ ଗୌଡ଼ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।ଅଗ୍ନିକାଣ୍ଡ କିପରି ଘଟିଥିବା ସ୍ପଷ୍ଟ ହୋଇନଥିବା ବେଳେ ପ୍ରସୋସିଂ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାରରୁ ସର୍ଟ ସର୍କିଟ ହୋଇଥିବା ଅନୁମାନ କରାଯାଉଛି ।ଅପରପକ୍ଷେ ଗୁମୁଡ଼ା ଅଗ୍ନିଶମ ବିଭାଗର ଅଧିକାରୀ ଜଗନ୍ନାଥ ରାଓ ପ୍ରକାଶ କରିଛନ୍ତି ଯେ ଅଗ୍ନିକାଣ୍ଡର ଅସ୍ପଷ୍ଟ ରହିଛି ଏହାର ଆକଳନ ଜାରି ରହିଥିବା ସହ କିପରି ସର୍ଟ ସର୍କିଟରେ ନିଆଁ ଲାଗିଲା ତାହା ତଦନ୍ତ ପରେ ସ୍ପଷ୍ଟ ହୋଇ ପାରିବ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ ରାକେଶ କୁମାର ବେହେରା