September 30, 2024

ଗଜପତି:- ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ ।

Share

ଗଜପତି:- ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ ।
———————————————-
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷ’ରୁ ଗତ ୨ ତାରିଖ ଠାରୁ ଦୀର୍ଘ ୧୪ ଦିନ ଧରି ସାଇବର ଅପରାଧ ସୁରକ୍ଷା ଓ ସଚେତନତା ଉପରେ ଜିଲ୍ଲାବ୍ୟାପୀ ଚାଲିଥିବା ଅଭିଯାନ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ: କୁମାର ଅଧ୍ୟକ୍ଷତା କରି ସାଂପ୍ରତିକ ଡିଜିଟାଲ ଦୁନିଆ’ରେ ସାଇବର ଅପରାଧ ସମାଜ ପାଇଁ ଏକ ବଡ଼ ବିପତ୍ତି ପାଲଟି ଯାଇଛି । ଆମମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ଯୋଗୁଁ ସାଇବର କ୍ରାଇମ୍ ଘଟୁଥିବା ହେଉଛି ଏହାର ମୁଖ୍ୟ କାରଣ ।
ଆମ ସମାଜ ତଥା ଜନସାଧାରଣ’ଙ୍କୁ ସାଇବର ଅପରାଧ’ରୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ପୋଲିସ ପକ୍ଷ’ରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି । ।
ସାଇବର ସୁରକ୍ଷା’ର ରହିଥିବା ନୀତି ନିୟମ ଗୁଡିକ ଅବଲମ୍ବନ କରିବା ସହ ସାଇବର ବିପଦ ଉପରେ ସଜାଗ ରହିବାକୁ ଆହ୍ବାନ କରି ଜିଲ୍ଲା’ର ଅଧିକାଂଶ ଲୋକ’ଙ୍କ ପାଖରେ ଏହି ସାଇବର ସୁରକ୍ଷା ସଚେତନତା କିଭଳି ପହଞ୍ଚି ପାରିବ , ଏହାହିଁ ଏହି କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ଥିଲା ବୋଲି ଏସପି: ସ୍ଵାତୀ ଏସ: କୁମାର କହିଛନ୍ତି ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ କୁମାର ମହାନ୍ତି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସାଇବର ସୁରକ୍ଷା ଓ ସେ ଦିଗରେ ସଚେତନତା ଓ ସତର୍କତା ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମ’ରେ ସାଇବର ଅପରାଧ ସୁରକ୍ଷା ଏକ୍ସପାର୍ଟ ଶ୍ରୀ ସଞ୍ଜୟ କୁମାର ପାଢ଼ୀ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ସାଇବର ଅପରାଧ କଣ , ଏହା କେମିତି ହୋଇଥାଏ ,ଏବଂ ଏହାଠାରୁ ସାବଧାନତା ରହି କିଭଳି ନିଜର ମୋବାଇଲ୍ ଅପରେଟ୍ କରିବାକୁ ହେବ , ସେ ଦିଗରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଡିଏସପି: ଶ୍ରୀ ରାଜ କିଶୋର ଦାସ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ଏହି ଅବସର’ରେ ଏସପି: ସ୍ଵାତୀ ଏସ: କୁମାର ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ଓ ସମସ୍ତ ଥାନା ଅଧିନସ୍ତ’ରେ ସାଇବର ସୁରକ୍ଷା ଅଭିଯାନ ଦିଗରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ରହି ନିଜର ଉତ୍ତମ କାର୍ଯ୍ୟ ସମ୍ପାଦନ କରିଥିଲେ ଯେଉଁ ମାନେ କି ପୋଲିସ ବିଭାଗ ପୋଲିସ ଅଧିକାରୀ , କନେଷ୍ଟବଳ , ଫରେଷ୍ଟ ଅଧିକାରୀ , ଗାର୍ଡ , ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ , ଅଧ୍ୟାପକ , ଜନପ୍ରତିନିଧି , ଛାତ୍ରଛାତ୍ରୀ , ଏଭଳି ମୋଟ ପ୍ରାୟ ୫୦୦ ଜଣଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ ।
ଡିଏସପି: ରାଜ କିଶୋର ଦାସ ସଭା କାର୍ଯ୍ୟକ୍ରମ’ରେ ସଂଯୋଜନା କରିଥିବା ବେଳେ ଡିଏସପି: କୈଳାଶ ଚନ୍ଦ୍ର ବୁରୁଦା ଶେଷରେ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-