March 13, 2026

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଏକଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।

hjbbhi
Share

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଏକଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
ଅଧୁନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଆର॰ପି॰ ପାଢୀ ଗ୍ରନ୍ଥାଗାର ଆନୁକୂଲ୍ୟରେ ଏକ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହା କୁ ବିଶ୍ୱବିଦ୍ୟାଳୟ ର ସ୍ନାତୋକତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘ।ଟନ କରି ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ତରଫରୁ ମିଳିଥିବା e-resource ର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯକ୍ରମରେ ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ ପାଠାଗାରର ଉପଦେୟତା ସମ୍ବନ୍ଧରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜକ ଏସୋଶିୟେଟ ପ୍ରଫେସର ଜ୍ୟୋସ୍ନା ସାହୁ ପାଠାଗାର ର ବିଭିନ୍ନ ଦିଗ ଏବଂ ସମ୍ବଳ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯକ୍ରମରେ ପ୍ରଶିକ୍ଷଣ ବିଶେଷଜ୍ଞ ଶ୍ରୀ ରାଜ କୁମାର ମହାପାତ୍ର e-resources ର ବ୍ୟବହାରିକ ଉପାଦେୟତା ସଂବନ୍ଧ ରେ ଆଲୋକପାତ କରିଥିଲେ। ଏହା ର ଅନ୍ୟତମ ବିଷୟ ବିଶେଷଜ୍ଞ ଶ୍ରୀ ଅଭିମନ୍ୟୁ ପ୍ରଧାନ Open educational resources ର ବ୍ୟବହାର ଉପରେ ଏକ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହ ସଂଯୋଜକ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ସହକାରୀ ଗ୍ରନ୍ଥଗରିକା ଓ ଅନ୍ୟାନ୍ୟ ଆୟୋଜକମାନଙ୍କ ମଧ୍ୟରୁ ଡ: ମନସ୍ଵିନୀ ପାତ୍ର, ସହକାରୀ ଗ୍ରନ୍ଥଗIରିକା ଏବଂ ଡ:ଜିତେନ୍ଦ୍ର କୁମାର ବେହେରା , ସହକାରୀ ଗ୍ରନ୍ଥଗIରକ ଓ ଶ୍ରୀ ଅଭିମନ୍ୟୁ ପ୍ରଧାନ ଏହି କାର୍ଯ୍ୟକ୍ରମକୂ ସୂଚାରୁ ରୂପେ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଗବେଷିକI, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରି ଏହି କାର୍ଯ୍ୟକ୍ରମକୂ ସଫଳ ମଣ୍ଡିତ କରିଥିଲେ। ଶେଷରେ ଭରପ୍ରାପ୍ତ ଗ୍ରନ୍ଥଗାରିକା ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।