June 20, 2026

ମୋହନା ନିର୍ବାଚନ ମଣ୍ଡଳୀ ଗସ୍ତରେ ଉଚ୍ଚଶିକ୍ଷା, ଖାଉଟି କଲ୍ୟାଣ ମନ୍ତ୍ରୀ —

IMG-20231009-WA0016
Share

ମୋହନା ନିର୍ବାଚନ ମଣ୍ଡଳୀ ଗସ୍ତରେ ଉଚ୍ଚଶିକ୍ଷା, ଖାଉଟି କଲ୍ୟାଣ ମନ୍ତ୍ରୀ —


ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଗସ୍ତରେ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଆଜି ସ୍ଥାନୀୟ ସରକାରୀ ହାଇସ୍କୁଲ ଖେଳ ପଡିଆ ଠାରେ ହେଲିକେପ୍ଟର ରେ ଆସି ସକାଳ ୯.୩୦ ମିନଟରେ ଆସି ପହଂଚିଥିଲେ। ଖେଳ ପଡିଆ ଠାରେ ଓହ୍ଲାଇ ସ୍ଥାନୀୟ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା ଗୃହକୁ ଯାଇ ଅଞ୍ଚଳର ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରି ମୋହନା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। କର୍ମୀଙ୍କ ଆଲୋଚନା ସମୟରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଯୁବ ବିଜେଡି ଜିଲ୍ଲା ସଭାପତି ଏସ. ଲିଙ୍ଗରାଜ, ବିଜେଡି ନେତା ହରିଶ୍ଚନ୍ଦ୍ର ପାତ୍ର, ମହିଳା ବ୍ଲକ ସଭାପତି ଝୁମୁରି ବୀର, ଆର. ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ଆର. ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟା ଯମୁନା ଦଳବେହେରା, ଏସ ଡି ସି ଅଧ୍ୟକ୍ଷା ମରୀୟମ ଶବର, ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ସମେତ ବହୁ ପୁରୁଖା ନେତା ଓ କର୍ମୀ ଉପସ୍ଥିତ ଥିଲେ। ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା ଏବଂ ଦଳୀୟ ନେତା ଫୁଲତୋଡା ଦେଇ ମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କର୍ମୀ ସମ୍ମିଳନୀ କରିବା କାର୍ଯ୍ୟ ଥିବା ଜଣାପଡିଛି। ଏହି ଉତ୍ସବ ଗୁଡ଼ିକରେ ସିଡିପିଓ ଲଳିତା ମଲିକ ଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ଙ୍କୁ ସଙ୍ଗରେ ନେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

You may have missed