April 25, 2026

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାଈସିଙ୍ଗ୍,ଅନଙ୍ଗା,ରାମଗିରୀ ଠାରେ ଅଷ୍ଟପ୍ରହରି ନାମ ଯଞ ଆୟୋଜିତ

IMG-20230206-WA0027
Share

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାଈସିଙ୍ଗ୍,ଅନଙ୍ଗା,ରାମଗିରୀ ଠାରେ ଅଷ୍ଟପ୍ରହରି ନାମ ଯଞ ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅଥିତି ଭାବେ ରା,ଉଦୟଗିରି ବ୍ଲକ୍ ଅଧ୍ୟକ୍ଷ ଲଖ୍ମୀନାରାୟଣ ଶବର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ୍, ବିଶିଷ୍ଟ ସମାଜସେବୀ ଜଗବନ୍ଧୁ ଦାସ, ତଥା ସ୍ଥାନୀୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ତଥା ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।ଉକ୍ତ ସ୍ଥାନରେ ନାମଯଞ ଦେଖିବା ସହ ନୁତନ ଭାବରେ ରାଇସିଙ୍ଗ ଗ୍ରାମରେ ଫୁଟି ଦିଶୁଥିବା ଶ୍ରୀ ଶ୍ରୀ ଶୁକ୍ଳେଶ୍ୱର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ଯାହା ଫଳରେ ସ୍ଥାନୀୟ ଜନସାଧାରଣ ଙ୍କ ମହଲରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି।ଏବଂ ସ୍ଥାନୀୟ ଜନସାଧାରଣ ମନ୍ଦିର ନିର୍ମାଣ ତଥା କିଭଳି ଭାବରେ ଲୋକଲୋଚନକୁ ଆଣି ବିକାଶ ହୋଇପାରିବ ତା ଉପରେ ସ୍ଥାନୀୟ ଜନସାଧାରଣ ସହ ଜନ ପ୍ରତିନିଧିମାନେ ଆଲୋଚନା କରିଛନ୍ତି।

You may have missed