କୃଷିଭିତ୍ତିକ ପାରମ୍ପରିକ ପର୍ବ ବାଲିଯାତ୍ରା ଅନୁଷ୍ଠିତ
କୃଷିଭିତ୍ତିକ ପାରମ୍ପରିକ ପର୍ବ ବାଲିଯାତ୍ରା ଅନୁଷ୍ଠିତ
ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତ ରେ ଗୋସାଇଁ ଗୁଲୁମୁଣ୍ଡା ଠାରେ କୃଷିଭିତ୍ତିକ ପାରମ୍ପରିକ ପର୍ବ ମା ମଝିଘରିଆଣୀ ଙ୍କ ପ୍ରସିଦ୍ଧ ବାଲିଯାତ୍ରା ଉଦଯାପିତ ହୋଇଯାଇଛି। ଏଥିରେ ପାରମ୍ପରିକ ଭାବେ ଶୁଳ୍କ ଭୋଗ ସହିତ କୁକୁଡ଼ା,ଛେଳି ବଳି ଦେଈ ପୂଜାର୍ଚ୍ଚନା କରାଯାଇଥିଲା।ପୂଜକ କଣ୍ଟା ଦୋଳିରେ ଝୁଲିବା ସହ ନିଆଁ ରେ ଚାଲିଥିଲେ। ଦୀର୍ଘ ୪୫ବର୍ଷ ପୂର୍ବେ ସ୍ଥାନୀୟ ବୟସ୍କ ବ୍ୟକ୍ତିଙ୍କ କହିବା ଅନୁସାରେ ଏହି ବାଲିଯାତ୍ରା ବହୁ ଆଡମ୍ବର ସହକାରେ ପାଳନ ହେଉଥିବା ନିଆଁ ମଡ଼ା କାର୍ଯ୍ୟକ୍ରମ ହେଉଥିଲା। କିନ୍ତୁ କାଳକ୍ରମେ ଆଧୁନିକ ଢାଞ୍ଚାରେ ପରିବର୍ତ୍ତନ ହୋଇ ଏହି ବାଲିଯାତ୍ରା ଲୋପ ପାଇ ଆସୁଥିବା ବେଳେ ଏବେବି ସ୍ଥାନୀୟ ଲୋକ ମାନଙ୍କ ଉଦ୍ୟମରେ ଏହି ପରମ୍ପରା ବଞ୍ଚିରହିଛି। ସେହିପରି ଦୀର୍ଘ ୪୫ବର୍ଷର ବ୍ୟବଧାନ ପରେ ନିଆଁ ମଡ଼ା କାର୍ଯ୍ୟକ୍ରମ ହୋଇଥିବାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।ତେବେ ଏହି ପରମ୍ପରାକୁ ବଞ୍ଚେଇ ରଖିବାକୁ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ କରିବା ସହ ଏହି ପରମ୍ପରା ଭବିଷ୍ୟତରେ ମୁଖସାକ୍ଷୀ ପାଲଟି ନଯାଉ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।ଏହି ବାଲିଯାତ୍ରାରେ ନବକିଶୋର ରଥ, ଦୁର୍ଗାପ୍ରସାଦ ମିଶ୍ର , ସନ୍ତୋଷ ତ୍ରିପାଠୀ ପ୍ରମୁଖ ପୂଜା ଭାବେ ଦାୟିତ୍ଵ ନିର୍ବାହ କରିଥିବା ବେଳେ ୨ହଜାର ଲୋକଙ୍କ ନିମନ୍ତେ
ଅନ୍ନପ୍ରସାଦ ସେବନ
ପରେ ମା ମାଝିଗୈରୀଙ୍କ ଖଣ୍ଡା ଧରି ପୂଜକଙ୍କ ଗ୍ରାମ ପରିକ୍ରମା କରିବା ସହିତ
ପୂଜକଙ୍କ କଣ୍ଟା ଦୋଳିରେ ଝୁଲିବା ପରେ ନିଆଁ ମଡ଼ା କାର୍ଯ୍ୟକ୍ରମ ସହ ସର୍ବସାଧାରଣ ନିଆଁ ମାଡି ସ ମା’ଙ୍କୁ ଶୁଖିଲା ଭୋଗ ଦେଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା।ଏହି ବାଲିଯାତ୍ରାକୁ ପରିଚାଳନା କମିଟି ବରିଷ୍ଠ ନାଗରିକ ଗୋବିନ୍ଦ ସେନାପତି, ରାମାରାଓ ପାଲକା,ବିଶିକେଶନ ରଥ, ଭାସ୍କର ରଥ,ମାଧବ ସେନାପତି,ସମ୍ବିତ ସେନାପତି,ପଦ୍ମମ ସେନାପତି,ଡମ୍ବୁର ସେନାପତି ପ୍ରମୁଖ ସହଯୋଗ କରିଥିବା ଏହାର ପରିଚାଳନା ଭାର ବିଶ୍ବନାଥ ସେନାପତି ତୁଲାଇ ଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ।।
ରିପୋର୍ଟ ରାକେଶ କୁମାର ବେହେରା