November 14, 2024

ବିପଦକୁ ଡାକୁଛି ପଥରାପଲ୍ଲୀ ଗାଁର ମୁକୁଳା ଟ୍ରାନ୍ସଫର୍ମର

Share

 

ବୁଗୁଡ଼ା : ତା ୦୫/୦୨/୨୩ : ଖୋଲାମେଲାରେ ରହିଛି

ବିଦ୍ୟୁତ ଟ୍ରାନ୍ସ ଫରମର , ତାହା ପୁଣି ଲଟାବୁଦାରେ

ପରିପୂର୍ଣ୍ଣ , ଯାହା ହାତ ଠାରି ଡାକୁଛି ବିପଦକୁ । ଏମିତି

ଏକ ଦୃଶ୍ୟ ଦେଖୁବାକୁ ମିଳିଛି ବୁଗୁଡ଼ା ବ୍ଲକ ଗୌଡ଼ିଆବୋରଦା ପଞ୍ଚାୟତ ଅନ୍ତର୍ଗତ କନ୍ଧ ପଥରାପଲ୍ଲୀ ଗାଁ ରାସ୍ତା କଡରେ । ଗାଁ ମୁହଁ ରାସ୍ତା କଡରେ ଥିବା ଏହି ଲଟାବୁଦା ଘେରା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ ଗଛରେ ବିଦ୍ୟୁତ ପ୍ରବାହ ହେଉଛି | ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବାବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେ ନେଇ ଗ୍ରାମବାସୀ ଆଶଙ୍କାରେ ରହିଆସୁଥୁବା ବେଳେ ଆଜି ଗାଈ ବାଛୁରି ହଳେ ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନେକ ସ୍ଥାନରେ ବିଦ୍ୟୁତ ଅଘଟଣ ପରେ ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥିପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ ହେଁ ବୁଗୁଡ଼ା ବିଦ୍ୟୁତ ବିଭାଗ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ ଅଧିକାରୀ ଏ ଦିଗରେ ତୁରନ୍ଧ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି