ବ୍ଲକସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ବ୍ଲକସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦରରେ ଥିବା ମିନି ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏଥିରେ ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ପ୍ରତିଯୋଗିତା ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ମଶାଲ ପଡ଼ିଆରେ ସ୍ଥାପନ କରାଯିବା ପରେ ପତାକା ଉତ୍ତୋଳନ କରିଥିଲେ। ପ୍ରତିଯୋଗିତା ପ୍ରାରମ୍ଭରେ ଶିକ୍ଷକ ତାଉଡୁ ମାଣ୍ଡାଙ୍ଗି ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ।ଏହି ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ରେ ସମ୍ମାନିତ ଅତିଥି ଭାବେ ପିରାମିଡ୍ ଫାଉଣ୍ଡେସନ ଗାନ୍ଧୀ ଫୋଲ ଝାଡଖଣ୍ଡ ନେହା କୁମାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟନାରାୟଣ ପ୍ରାଣୀଗ୍ରାହୀ, ରାୟଗଡ଼ା ଆଇପି ହରିହର ପାତ୍ର, ରାୟଗଡ଼ା ଜିସିଡି ହାଇସ୍କୁଲ ଖେଳ ଶିକ୍ଷକ ସୁନୀଲ କୁମାର ମହନ୍ତ ପ୍ରମୁଖ ମଞ୍ଚାସୀନ ଥୂଲେ। ଏଥିରେ ପୁରୁଷ ଓ ବାଳିକା ବର୍ଗରେ ଦୌଡକୁଦ,ଡିସକସ ଥ୍ରୋ,ସଟଫୁଟ ,ଲଙ୍ଗଜମ୍ପ, କବାଡି,ଖୋଖୋ, ଫୁଟବଲ,କ୍ରୀକେଟ, ବ୍ୟାଡମିଣ୍ଟନ,ଚେସ, ଭଲିବଲ୍,ଯୋଗାସନ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଏହି କ୍ରୀଡା ସମାରୋହରେ ୧୨ଗୋଟି ପଞ୍ଚାୟତରେ ଥିବା ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧ଜଣ ଖେଳ ଶିକ୍ଷକ ସହ ୧୧ଜଣ ଆଞ୍ଚଳିକ ସାଧନ ସଂଯୋଜକ ମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।ମଞ୍ଚ ପରିଚାଳନା ଦାୟିତ୍ଵରେ ଶିକ୍ଷକ ଅଶ୍ବିନୀ କୁମାର ତ୍ରିପାଠୀ, ରମେଶ ଚନ୍ଦ୍ର ମିଶ୍ର,ଡମ୍ବୁରିଗୁଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଶିର ପଣ୍ଡା ପରିଚାଳନା କରିଥିଲେ।ଏହି କ୍ରୀଡା ପ୍ରତିଯୋଗିତାରେ ୧୭ ଟି ବିଦ୍ୟାଳୟ ରୁ ସମୁଦାୟ ୩୨୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୬୪ଜଣ ଛାତ୍ରଛାତ୍ରୀ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପ୍ରଥମ ସ୍ଥାନ ହାସଲ କରିଥିବା ୫୫ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ମିଳିଛି। ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ସହ ଜିଲ୍ଲାସ୍ତରରେ କୃତିତ୍ୱ ହାସଲ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ଯିବେ ବୋଲି ବିଇଓ ସୂଜନ ମଲ୍ଲିକ ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀ ଜୀବନରେ ଶୃଙ୍ଖଳିତ ହେବା ସହ ସୁସ୍ଥ ଶରୀର ଗଠନ କରିବାରେ ସଫଳ ହେବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ୨ ଦିନ ଧରି ଚାଲିଥିବା ଉଦଯାପନୀ କାର୍ଯ୍ୟକ୍ରମରେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ମଲ୍ଲିକ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ୧୭ଟି ବିଦ୍ୟାଳୟ ଛାତ୍ରଛାତ୍ରୀ ବିଭିନ୍ନ ମାନେ ଭାଗ ନେଇଥିଲେ। ଅତିଥି ମାନେ ନିଜ ବକ୍ତବ୍ୟରେ ଖେଳାଳି ଶ୍ରେଷ୍ଠତ୍ବ ହାସଲ କରିବାକୁ ହେଲେ ଶୃଙ୍ଖଳିତ ହେବାକୁ ପଡିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଶ୍ରୀ ମହାପାତ୍ର ପରାର୍ମଶ ଦେଇଛନ୍ତି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଅଶ୍ବିନୀ ତ୍ରିପାଠୀଙ୍କ ଦ୍ଵାରା ସ୍ବାଗତ ଭାଷଣ ଦେଇଥିବା ବେଳେ ଆଞ୍ଚଳିକ ସାଧନ ସଂଯୋଜକ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ନରେନ୍ଦ୍ର ନାଥ ନାୟକ ସଭା ପରିଚାଳନା କରିଥିଲେ।
ରିପୋର୍ଟ ରାକେଶ କୁମାର ବେହେରା