April 30, 2026

ପାରଳାଖେମୁଣ୍ଡି ପ୍ରଧାନ ଡାକ ଘର କାର୍ଯ୍ୟାଳୟ ପକ୍ଷରୁ “ମୋ ମାଟି ମୋ ଦେଶ” ଅଭିଯାନ ଅନ୍ତର୍ଗତ “ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ କାର୍ଯ୍ୟକ୍ରମ

IMG-20230929-WA0027
Share

ପାରଳାଖେମୁଣ୍ଡି ପ୍ରଧାନ ଡାକ ଘର କାର୍ଯ୍ୟାଳୟ ପକ୍ଷରୁ “ମୋ ମାଟି ମୋ ଦେଶ” ଅଭିଯାନ ଅନ୍ତର୍ଗତ “ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ କାର୍ଯ୍ୟକ୍ରମ

ଗଜପତି (ଆ.ପ୍ର) ଆଜାଦିକା ଅମୃତ ମହୋତ୍ସବ ଅବସରରେ ଦେଶର ଯସଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଭାରତ ସରକାରଙ୍କ ଭାରତୀୟ ଡାକ ବିଭାଗ ଅନ୍ତର୍ଗତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପ୍ରଧାନ ଡାକ ଘର ଓ ପଶ୍ଚିମ ଉପ ମଣ୍ଡଳ ଡାକ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ “ମୋ ମାଟି – ମୋ ଦେଶ” ଅନ୍ତର୍ଗତ ଦେଶର ବୀର ଵୀରଙ୍ଗନା ମାନଙ୍କୁ ପ୍ରଣାମ ଜଣାଇ “ଅମୃତ କଳସ ଯାତ୍ରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଡାକ ନିରୀକ୍ଷକ ଶ୍ରୀ ରଘୁନାଥ ନାୟକଙ୍କ ନେତୃତ୍ୱରେ ପ୍ରଧାନ ଡାକ ଘର କାର୍ଯ୍ୟାଳୟ ପରିସରରୁ ବାହାରି ଅମୃତ କଳସ ଯାତ୍ରା ମାଧ୍ୟମରେ ପାରଳାଖେମୁଣ୍ଡି ପ୍ରଧାନ ଡାକଘର ଓ ଡାକ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ୧୦ ଟି ଅମୃତ କଳସ ଧରି ସହର ପରିକ୍ରମା କରି ବିଭିନ୍ନ ସ୍ଥାନରୁ କଳସ ଯୋଗେ ମାଟି ସଂଗ୍ରହ କରିଥିଲେ ।
ଏହି ଅମୃତ କଳସ ଯାତ୍ରା ଅଭିଯାନ ବେଳେ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକେ ଭାବ ବିହ୍ବଳ ହୋଇ ଅମୃତ କଳସରେ ମାଟି ଢ଼ାଳି ଥିଲେ।
ମୁଖ୍ୟତଃ ଦେଶ ପାଇଁ ଯେଉଁ ବୀର ବିରଙ୍ଗନା ମାନେ ତାଙ୍କର ଜୀବନକୁ ଉତ୍ସର୍ଗ କରି ଶହୀଦ ହୋଇ ଯାଇଛନ୍ତି ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ଉଦ୍ୟମରେ ଯେଉଁ ଅମୃତ ବାଟିକା ବଗିଚା ନିର୍ମାଣ ହେବାକୁ ଯାଉଛି ସେଥିପାଇଁ ସମସ୍ତ ଜାଗାରୁ ଅମୃତ କଳସ ଯୋଗେ ମାଟି ସଂଗ୍ରହ କରାଯାଇଛି । ବୀର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଅମୃତ କଳସ ଯୋଗେ ସଂଗ୍ରହ କରା ଯାଇଥିବା ଏହି ମାଟିକୁ ନୂଆଦିଲ୍ଲୀ ଠାରେ ନିର୍ମାଣ ହେଉଥିବା ଅମୃତ ବାଟିକାରେ ସମର୍ପଣ କରାଯିବ ବୋଲି ପଶ୍ଚିମ ଉପ ମଣ୍ଡଳ ଡାକ ନିରୀକ୍ଷକ ରଘୁନାଥ ନାୟକ ଏବଂ ଗ୍ରାମୀଣ ଡାକ ସେବକ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସୁଶ୍ରୀ ତନୁପମା ବୀର କହିଛନ୍ତି ।