October 19, 2026

ଗଜପତି:- ସଖୀ ୱାନ ଷ୍ଟପ ସେଣ୍ଟର ତରଫ’ରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ

33e8dac8-f6d2-4434-a378-bcefd0a63956
Share


———————————————-
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ “ସଖୀ ୱାନ ଷ୍ଟପ ସେଣ୍ଟର” ତରଫରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି |
ଉକ୍ତ କାର୍ଯ୍ୟ କ୍ରମରେ ଆଇ:ଏସ:ଆର:ଡି: ର ଉପ-ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭ’ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ କାଉନସେଲର ଶ୍ରୀମତୀ ମିନା କୁମାରୀ ଟହଲ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ “ସଖୀ ୱାନ ଷ୍ଟପ କେନ୍ଦ୍ର” ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଏହି ଦିବସ ପାଳନ ର ଲକ୍ଷ୍ୟ ଏବଂ ଉଦେଶ୍ୟ ବିଷୟରେ ପ୍ରତିପାଦନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ’ର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗ ଦେଇ ଦିବସ ପାଳନ’ର ଉଦେଶ୍ୟ ଏବଂ ଏହି ଜିଲ୍ଲାରେ ଉକ୍ତ କାର୍ଯ୍ୟକ୍ରମ ଉପରେ ଉପାଦେୟ ପ୍ରେରଣା ଦେଇଥିଲେ । | ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ’ର ସ୍ତ୍ରୀ ଓ ପ୍ରସୃତି ବିଭାଗ ବିଶେଷଜ୍ଞ ଡ଼ାଃ ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗ ଦେଇ ସୁରକ୍ଷିତ ଗର୍ଭପାତ ର ବିଭିନ୍ନ ଦିଗ ଉପରେ ବୁଝାଇ ଉପସ୍ଥିତ ସମସ୍ତ’ଙ୍କୁ ଉପାଦେୟ ତଥ୍ୟ ଗୁଡ଼ିକ ଉପରେ ସଚେତନ କରାଇ ଥିଲେ ।
କାଉନସିଲର ଶ୍ରୀମତୀ ମିନା କୁମାରୀ ଟହଲ , ସଖୀ କେନ୍ଦ୍ର’ର ଉଦେଶ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ |
ଏହି କାର୍ଯ୍ୟକ୍ରମ’ରେ ସୁପର-ଭାଇଜର , ଅଙ୍ଗନବାଡି କର୍ମୀ , ଏସଏଚଜି:- ମହିଳା , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ’ର କର୍ମକର୍ତ୍ତା , ଏବଂ ମୁଦ୍ରିତ ଓ ବୈଦୁତିକ ଗଣ ମାଧ୍ୟମ’ର ପ୍ରତିନିଧି ମାନେ ଯୋଗ ଦେଇଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଜୁଳା ଚୌଧୁରୀ , ମଧୁସ୍ମିତା ପାଢୀ , ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ନିରୂପମା ଜେନା , ମୋହିନୀ ପ୍ରଧାନ , ପି: ଯୋଗେଶ୍ଵରୀ , ଦିବ୍ୟ କୁମାର ସୁଆର , ହରିକୃଷ୍ଣ ଚୌଧୁରୀ , ଟି: ସୁରେଶ କୁମାର ଆଇ:ଏସ:ଆର:ଡ଼ି: ପରିବାର’ର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ |
ଶେଷରେ ଆଇ:ଏସ:ଆର:ଡି: ର ଉପ-ନିର୍ଦ୍ଦେଶକ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-

You may have missed