October 19, 2026

ଶିଶୁଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣୁଛି ଆଞ୍ଚଳିକ ସ୍ତରୀୟ ସୁରଭି

IMG-20230928-WA0045
Share

ଶିଶୁଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣୁଛି ଆଞ୍ଚଳିକ ସ୍ତରୀୟ ସୁରଭି

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଡାଲପଦର ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ପେଣକାମ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରମାବତୀ କାଡ୍ରାକା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମନାଗୁଡା ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ସମ୍ମାନୀତ ଅତିଥି ଓ ଆଞ୍ଚଳିକ ସଂଯୋଜକ ଗୁଲୁମୁଣ୍ଡାର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆଞ୍ଚଳିକ ସଂଯୋଜକ ପେଣକାମର ଶ୍ରୀଯୁକ୍ତ ଅଶ୍ବିନୀ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିଥିଲେ । ଏଥିରେ ପେଣକାମ ଗ୍ରାମ ପଞ୍ଚାୟତର ସମୁଦାୟ ୧୦ଟି ବିଦ୍ୟାଳୟର ସମୁଦାୟ ୭୨ ଜଣ ଛାତ୍ରଛାତ୍ରୀ ସୁରଭି ତଥା ମିଲେଟ ମିଶନ ପ୍ରତିଯୋଗୀତାରେ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ପେଣକାମ ଗ୍ରାମ ପଞ୍ଚାୟତ ସରକାରୀ ବିଦ୍ୟାଳୟର ଜଣେ ଲେଖାଏଁ ଶିକ୍ଷକ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀତାରେ ବିଚାରକ ଭାବେ ଭାଗନେଇଥିବା ପ୍ରତିଯୋଗୀ ମଧ୍ୟରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ଚିହ୍ନଟ କରିଥିଲେ ।ପରିଶେଷରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା ।ଉଦଯାପନୀ ଉତ୍ସବରେ ଅତିଥି ମାନଙ୍କ ଦ୍ବାରା କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସଂଯୋଜକ ଶ୍ରୀ ଅଶ୍ବିନୀ କୁମାର ତ୍ରିପାଠୀ ସମସ୍ତ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା

You may have missed