କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ ଶିବିର
କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ ଶିବିର
କୁକୁଡ଼ାଖଣ୍ତି ବ୍ଲକ୍ ଅଞ୍ଚଳର ସମସ୍ତ ଗ୍ରାମାଞ୍ଚଳରେ ପାରମ୍ପରିକ ଲୋକକଳା ମାଧ୍ଯମରେ ସରକାରଙ୍କ ଜନହିତକର ଯୋଜନା ଗୁଡିକର ପ୍ରଚାର ପ୍ରସାର କରାଯିବ । ଏଥିନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ପାରମ୍ପରିକ ଲୋକକଳା ଦଳ ଚୟନ ଓ ପଞ୍ଜିକରଣ ପରେ କୁକୁଡ଼ାଖଣ୍ତି ବ୍ଲକର ୪୦ ଗୋଟି ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କୁକୁଡ଼ାଖଣ୍ତି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ପ୍ରକୋଷ୍ଠ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁଙ୍କ ଅଧ୍ଯକ୍ଷତାରେ ସୋମବାର ପ୍ରଶିକ୍ଷଣ ପ୍ରଦାନ ଶିବିର ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାର ମନୋଜ କୁମାର ପ୍ରଧାନ ଉପସ୍ଥିତ ରହି ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ନିୟୋଜିତ ହେବାକୁ ଥିବା ପାରମ୍ପରିକ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସରକାରଙ୍କର ଜନହିତକର ଯୋଜନାର ପ୍ରଚାର ପ୍ରସାର ଲୋକକଳା ମାଧ୍ଯମରେ କରିବାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ କଳାକାର ମାନଙ୍କର କଳା ପ୍ରଦର୍ଶନ ମାଧ୍ଯମରେ ଲୋକକଳାର ମୌଳିକତାକୁ ନଷ୍ଟନାକରି କିଭଳି ପ୍ରଚାର କରିବେ ତାହା ପ୍ରଶିକ୍ଷଣରେ ପ୍ରଦାନ କରାଯାଇଥିଲା । ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ଯରେ ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ବ୍ଲକ ସମସ୍ତ ଗ୍ରାମାଞ୍ଚଳରେ ପ୍ରଚାର ପ୍ରସାର ହେବ । ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଜନ ସାଧାରଣ କିଭଳି ସୂଚନା ପାଇବେ ଏବଂ ଏହି ଯୋଜନାରୁ ଉପକୃତ ହେବେ ସେହି ଆଭିମୁଖ୍ଯ ନେଇ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଳାକାରଗଣ ପ୍ରଶିକ୍ଷଣ ପାଇଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାର ରବିନାରାୟଣ ବେହେରା ସମସ୍ତ କଳାକାର ମାନଙ୍କ ଠାରୁ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କିଭଳି ସୁଚାରୁ ରୂପେ ସମ୍ପାଦିତ ହେବ ସେଥିନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରିଣୀ କୁସୁମ କୁମାରୀ ସାହୁ, କୃଷି ଅଧିକାରୀ ବିଶ୍ୱ ରଞ୍ଜନ ବେହେରା ସରକାରୀଙ୍କ ଯୋଜନା ଗୁଡିକ ସମ୍ପର୍କରେ କଳାକାର ମାନଙ୍କୁ ଅବଗତ କରାଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟରେ କଳାକାରଗଣ କିଭଳି କାର୍ଯ୍ୟକ୍ରମ ପରିବେଷଣ କରିବେ, କେଉଁ ସବୁ ବିଷୟ ବସ୍ତୁ ଗୁଡିକ ଉପରେ ଅଧିକ ଯତ୍ନବାନ ହେବେ, କେଉଁଠି କାର୍ଯ୍ୟକ୍ରମ ପରିବେଷଣ କରିବେ ଏହି ସମ୍ପର୍କିତ ସମସ୍ତ ବିଷୟରେ କଳାକାର ମାନଙ୍କୁ ଅବଗତ କରାଯାଇଥିଲା । ଏଥିରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ ପାଢ଼ୀ, ସହକାରୀ ନିର୍ବାହ ଯନ୍ତ୍ରୀ ଅନୁରାଗ ରଥ, ବଡ଼ବାବୁ ସାହେବ ଶବର, ଏବିଇଓ ତ୍ରିନାଥ ମଳିକ, ଆୟୁଷ ଡାକ୍ତର ବିଜୟ ଲକ୍ଷ୍ମୀ ପଣ୍ଡା , ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ କେ.ମଣିବାବୁ, ଆକାଉଣ୍ଟ ଅଫିସର ସିମାଞ୍ଚଳ ମସ୍ତି , ଗୋଷ୍ଠୀ ଯୋଗାଣ ଅଧିକାରୀ ଧିରେନ୍ ସାହୁ , ବ୍ଲକ୍ କଳା ସାଂସ୍କୃତିକ ସଂଘର ଉପସଭାପତି ବାବୁଲା ଭୂୟାଁ , ପ୍ରୋଗ୍ରାମମେର ଆସିଷ୍ଟାଣ୍ଟ ଅନିଲ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାଟିରେ ପଞ୍ଜିକୃତ ହୋଇଥିବା ୪୦ ଗୋଟି ଦଳର ଦଳମୁଖ୍ଯ ଏବଂ ବରିଷ୍ଠ କଳାକାର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ