November 23, 2024

ମୁନିଗୁଡ଼ା ଓ ଚନ୍ଦ୍ରପୁରବ୍ଲକ ପଞ୍ଚାୟତ ପ୍ରତିନିଧି ତାଲିମ ଶିବିର ଅନୁଷ୍ଠିତ

Share

 

ରାମନାଗୁଡା, ରାୟଗଡ଼ା ଜିଲ୍ଲା ମୁନିଗୁଡା ଓ ଚନ୍ଦ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ଓ୍ଵାଡସଭ୍ୟ ଓ ସଭ୍ୟା ମାନଙ୍କୁ ନେଇ୩ଦିନିଆ ଆବାସିକ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ୪ଫେବୃୟାରୀ ଠାରୁ ଆରମ୍ଭହୋଇ ୧୮ଦିନ ବ୍ୟାପି ୬ଟି ପର୍ଯ୍ୟାୟରେ ଆୟୋଜିତ ହୋଇଯାଇଛି। ଏଥିରେ ମୁନିଗୁଡା ବ୍ଲକର ୧୭ଗୋଟି ଗ୍ରାମପଞ୍ଚାୟତର ୧୪୯ଜଣ ଓ୍ବାଡ ସଭ୍ୟ ଓ ସଭ୍ୟା ଓ ଚନ୍ଦ୍ରପୁର ବ୍ଲକର ୮୬ଜଣ ତାଲିମ ଶିବିରରେ ସକ୍ରିୟ ଭାବେ ଭାଗ ନେଇଥିଲେ। ଓଡ଼ିଶା ସରକାରଙ୍କ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ଓ ଜିଲ୍ଲା ପରିଷଦ ରାୟଗଡ଼ାଙ୍କ ସହାୟତାରେ ଶକ୍ତି ଅନୁଷ୍ଠାନ ଦ୍ଵାରା ଶକ୍ତି ପ୍ରଶିକ୍ଷଣ କେନ୍ଦ୍ର ରାମନାଗୁଡା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ଅନୁମୋଦିତ ତାଲିମଦାତା ଭାବେ ପରମାନନ୍ଦ ମିଶ୍ର, ରାମଚନ୍ଦ୍ର ପ୍ରଧାନ , ତ୍ରିବିକ୍ରମ ରଥ, ପ୍ରତାପ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟତଃ ୫ଟି ମୋ ସରକାରଙ୍କ ପ୍ରୟାସ ଜରିଆରେ ଉତ୍ତମ ପଞ୍ଚାୟତ ରାଜ ବ୍ୟବସ୍ଥା,ଗ୍ରାମ ପଞ୍ଚାୟତ ଭୂମିକା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟକ୍ରମ, ମିଶନ ଶକ୍ତି କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମପଞ୍ଚାୟତ ଭୂମିକା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ତାଲିମ ଶିବିର ତୃତୀୟ ଦିନରେ ସଫଳ କ୍ଷେତ୍ର ପରିଦର୍ଶନ ମଧ୍ୟ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଶକ୍ତି ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ଏବଂ ଜିଲ୍ଲା ପରିଷଦ ରାୟଗଡ଼ାରୁ କାର୍ଯ୍ୟକ୍ରମ ପରିଚାଳକ (ଦକ୍ଷତା ବୃଦ୍ଧି )ଅଜାତଶ୍ରୁତ ରାଉତ ପରିଦର୍ଶନ କରିଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା