November 23, 2024

ଗାଦୀ ମନ୍ଦିର ରେ ଅପରାହ୍ନ ପାଞ୍ଚ ଘଟିକାରେ ଝାଡବତି ପ୍ରଯୋଳନ ।

Share

ଯୋରନ୍ଦା,,ଢେଙ୍କାନାଳ ର ଯୋରନ୍ଦା ମହିମା ଗାଦି ଠାରେ, ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଙ୍କ ସମାବେଶରେ ,ମହାପ୍ରଭୁ ମହିମା ଗୋସାଇଁ ଶୁନ୍ୟବାସି ଙ୍କ ଉଦ୍ଦେଶ୍ୟରେ ଶନିବାର ସନ୍ଧ୍ୟା ରେ ,ଗାଦି ମନ୍ଦିର ସମେତ, ଶୂନ୍ୟ ମନ୍ଦିର, ଧୂନି ମନ୍ଦିର, ନୀତି ମନ୍ଦିର ଆଦି ଗୁଡିକରେ ଝାଡଦିପ ସହ ବ୍ରହ୍ମଧୂନି ସ୍ଥାପନ ତଥା ଅଖଣ୍ଡ ବତି ପ୍ରଯୋଳନ କରା ଯାଇ ଅଛି । ଏହି ସବୁ କାର୍ଯ୍ଯ କ୍ରମ ରେ,ବକଳଧାରି ମହିମା ସମାଜର ସିଦ୍ଧ ସାଧୁମାନେ ନିୟୋଜିତ ହୋଇ ,ଜଗତ ଭଗତ ର କଲ୍ୟାଣ ନିମନ୍ତେ ଯଞ କୁଣ୍ଡରେ ଘୃତାହୁତି କରିବା ସହ,ଭକ୍ତଙ୍କ ମନସ୍କାମନା ପୂରଣ ନିମନ୍ତେ,ମହିମା ଅଲେଖ ସ୍ଵାମୀ ଙ୍କୁ ସ୍ମରଣ କରି ଆଶୀର୍ବାଦ ପ୍ରଦାନ କରି ଥିଲେ । ଭକ୍ତ ମାନେ ବାରିକେଟ ଭିତରେ ଲାଇନରେ ଯାଇ ଶୃଙ୍ଖ ଳିତ ଦର୍ଶନ କରି,ଭଜନ କୀର୍ତ୍ତନ ରେ ମନ ନିବେଶ କରୁଥିବାର ଦେଖା ଯାଇଥିଲା । ମହିମା ସମାଜର ସଭାପତି ,ଶୁକଦେବ ବାବା,ଙ୍କ ସମେତ,ପଦ୍ମଚରଣ ବାବା,ଗୋକାଳି ବାବା ସତ୍ୟ ମହିମା ଧର୍ମ ପରିଚାଳନା ସମିତିର ସଂପାଦକ ଅନାମ ଦାସ ବାବା,ସତ୍ୟ ଦାସ ବାବା ଆଦି ବହୁ ସାଧୁ ସନ୍ୟାସୀ ଉପସ୍ଥିତ,ରହି ଭକ୍ତ ମାନଙ୍କର ସହ ଗାଦୀ ର ନିତିକାନ୍ତି ଉପରେ ସତର୍କ ଦୃଷ୍ଟି ରଖିଥିବା ଜଣାପଡି ଅଛି । ଅପର ପକ୍ଷରେ,ଜିଲ୍ଲା ପ୍ରଶାସନ ତରଫରୁ ଯାତ୍ରାର ଶାନ୍ତି ଶୃଙ୍ଖଳା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇ,ବହୁ ଗୁରୁ୍ତପୂର୍ଣ ଅଧିକାରୀ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରା ଯାଇ ଅଛି ।
ଅସ୍ତରଙ୍ଗ ରୁ ଦୁଃଶାସନ ନାୟକ ଙ୍କ ରିପୋର୍ଟ ।