March 10, 2026

ସ୍ତ୍ରୀ ହତ୍ୟାକାରୀ ଅଭିଯୁକ୍ତ ସ୍ୱାମୀ ଗିରଫ

WhatsApp Image 2023-01-09 at 11.00.25 AM
Share

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା –

ରମ୍ଭା ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧୀନସ୍ତ ମୟୁରପଦା ଗ୍ରାମର ଚାଞ୍ଚଲ୍ୟ ସୁଷ୍ଟି କରିଥିବା ନୂଆ ବର୍ଷ ଦିନ ନିଜ ସ୍ତ୍ରୀ ପଇସା ପାଇଁ ପିଟିପିଟି ମାରି ଦେଇଥିବା ଅଭିଯୁକ୍ତ ସ୍ୱାମୀ ଲକ୍ଷ୍ମଣ ରେଡ଼ିଙ୍କୁ ହୁମା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ସ୍ୱାମୀ ଲକ୍ଷ୍ମଣ ପୁରାତନ ବର୍ଷ ଓ ନୂତନ ବର୍ଷ ଆଗମନ ମଧ୍ୟ ରାତ୍ର ଖୁସି ପାଳନ କରିବାକୁ ସ୍ତ୍ରୀ ଜାନକୀଙ୍କୁ ପଇସା ମାଗିଥିଲେ ନ ଦେବାରୁ ନିଜକୁ ଅମଣିଷର ପରିଚୟ ଦେଇ ଜୀବନରେ ମାରି ପରେ ଗାଁ ପିଲାଙ୍କ ସହ ମଧ୍ୟ ରାତ୍ର ରେ ନୂତନ ବର୍ଷ ଆଗମନ ପାଳନ କରିଥିଲେ l ଘଟଣା ଜଣା ପଡିବା ପରେ ମୃତ ଜାନକୀକୁ ଛତ୍ରପୁର ମେଡିକାଲ ନେଇଥିଲେ l ଓ ସେଠାରୁ ଫେରାର ହେଇଯାଇଥିଲା ପୂର୍ବରୁମରିଯାଇଥିବା ଡାକ୍ତର ଜାଣି ପାରି ହୂମା ଫାଣ୍ଡି ପୋଲିସ କୁ ଖବର ଦେବା ପରେ ଛାନ ବିନ ଆରମ୍ଭ କରିଥିଲା ପୋଲିସ.