June 19, 2026

ଗଡ଼ଚଣ୍ଡୀ ହାଇସ୍କୁଲରେ ବ୍ଲକ୍‌ସ୍ତରୀୟ ଖେଳକୁଦ ପ୍ରତିଯୋଗିତା

IMG-20230923-WA0049
Share

ଗଡ଼ଚଣ୍ଡୀ ହାଇସ୍କୁଲରେ ବ୍ଲକ୍‌ସ୍ତରୀୟ ଖେଳକୁଦ ପ୍ରତିଯୋଗିତା

ହାଟଡିହି ବ୍ଳକ୍ ସୁନ୍ଦରାପାଳ ସ୍ଥିତ ଗଡ଼ଚଣ୍ଡୀ ହାଇସ୍କୁଲରେ ବ୍ଲକ୍‌ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକ୍‌ରେ ସମସ୍ତ ଉଚ୍ଚବିଦ୍ୟାଳୟରୁ ୩୦୫ଜଣ ଛାତ୍ରଛାତ୍ରୀ ଭାଗ ନେ ନେଇଥିଲେ । ଫୁଟ୍‌ବଲ୍‌, ଖୋଖୋ, କବାଡ଼ି ଆଦି ପ୍ରତିଯୋଗିତା ହୋଇଥିଲା। ପ୍ରଧାନଶିକ୍ଷକ ଶରତ କୁମାର ଶାସିନୀ ଏହାକୁ ଉଦ୍‌ଘାଟନ କରିଥିଲେ। ହାଟଡିହି ହାଇସ୍କୁଲର ପ୍ରଧାନଶିକ୍ଷକ ଶିଶିର କୁମାର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ଧନେଶ୍ଵର ଖଣ୍ଡେଇ ମୁଖ୍ୟଅତିଥି, ମୁଖ୍ୟବକ୍ତା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ର ମଲ୍ଲିକ, ସମ୍ମାନିତ ଅତିଥିଭାବେ ଜମ୍ଭିରା ସରପଞ୍ଚ ଘନଶ୍ଯାମ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ସୁବାସ ଚନ୍ଦ୍ର ଜେନା, ଶାନ୍ତନୁ କୁମାର ରାଉତ, ସତ୍ୟବ୍ରତ ସାମଲ, ପ୍ରମୋଦ କୁମାର ବେହେରା, ସୁଶାନ୍ତ ସାମଲଙ୍କ ସମେତ ବ୍ଲକ୍‌କ୍ର ସମସ୍ତ ଖେଳ ଶିକ୍ଷକମାନେ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ପ୍ରଦ୍ୟୁମ୍ନ ରାଉତ, ଲକ୍ଷ୍ମୀଧର ଜେନା, ଦେବାଶିଷ ବେହେରା, ବଳରାମ ଦାଶ, ସୁଦିତା ଜେନା,ସଚିନଦେବ ରାଉତ, ଶୁଚିସ୍ମିତା ରାଉତ, ପବିତ୍ରା ରାଉତ, ଜ୍ୟୋତ୍ସ୍ନାମୟୀ ଭଞ୍ଜ, ପରୀକ୍ଷିତ ସେଠୀ, ବିଶ୍ଵନାଥ ଦାଶ, ଦେବେନ୍ଦ୍ର ଖୁଣ୍ଟିଆ, ପ୍ରିୟା ମାରିଆ ସହଯୋଗ କରିଥିଲେ ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ

You may have missed