April 30, 2026

ବିଜେପି ପକ୍ଷରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ

IMG-20230923-WA0047
Share

ବିଜେପି ପକ୍ଷରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୨୩/୦୯/୨୩ : ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କରସିଙ୍ଗି ଗ୍ରାମପଞ୍ଚାୟତରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହିଦମାନଙ୍କ ପାଇଁ ସମର୍ପିତ ଅଭିଯାନ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକ୍ ସଂଯୋଜକ ହରିକୃଷ୍ଣ ସାହୁ ନିରଞ୍ଜନ ଗୌଡ଼, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା,ମହେଶ୍ୱର ପରିଡ଼ା, ପ୍ରସନ୍ନ ଡାକୁଆ, ରାଜେନ୍ଦ୍ର ପାତ୍ର, ହରପ୍ରସାଦ ଦାସ,ଏସସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ସରପଞ୍ଚ ଦିଲୀପ ପ୍ରଧାନ,ସମିତି ସଭ୍ୟ ଶ୍ରୀହର୍ଷ ପ୍ରଧାନଙ୍କ ସମେତ ବହୁ ଯୁବ କାର୍ଯ୍ୟକର୍ତ୍ତା ଯୋଗଦେଇ ଘରକୁ ଘର ଯାଇ ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ l