June 20, 2026

ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ , ୧୬୮ ୟୁନିଟ୍ ରକ୍ତ ସଂଗ୍ରହ

IMG-20230918-WA0012
Share

ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ , ୧୬୮ ୟୁନିଟ୍ ରକ୍ତ ସଂଗ୍ରହ
ବୁଗୁଡା : ତା ୧୮/୦୯/୨୩ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ମୋ ପରିବାର ସଂଯୋଜକ ତଥା କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।ଉକ୍ତ ଶିବିର ଅବସରରେ ୧୬୮ ଜଣ ବ୍ଯକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ବ୍ରହ୍ମପୁର ବ୍ଲଡ ବ୍ଯାଙ୍କ ତରଫରୁ ୧୨ ଜଣିଆ ଏକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ । ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଏବଂ ଏନଏସି ସଭାପତି କେ.ତ୍ରିଲୋଚନ ଦୋରା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ଦାଶ , ରାଜେନ୍ଦ୍ର ଦାଶ., ଚନ୍ଦନ ସାହୁ ଓ ବସନ୍ତ ସ୍ବାଇଁଙ୍କ ସମେତ ବିଜେଡିର ଅନେକ କର୍ମକର୍ତ୍ତା ଓ କର୍ମୀ ଏଥିରେ ସହଯୋଗ କରିଥିଲେ ।

You may have missed