ସମୂହ ଛୁଟି ରେ ଗଲେ ପ୍ରାଥମିକ ଶିକ୍ଷକ ସଂଘ, ବି ଇ ଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା , ପାଠ ପଢା ବାଧା ପ୍ରାପ୍ତ।
ସମୂହ ଛୁଟି ରେ ଗଲେ ପ୍ରାଥମିକ ଶିକ୍ଷକ ସଂଘ, ବି ଇ ଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା , ପାଠ ପଢା ବାଧା ପ୍ରାପ୍ତ।
ବ୍ରାହ୍ମଣୀଗାଁ ତା: ୧୬/୯ : ଶିକ୍ଷକ ମାନଙ୍କ ତିନିଦାଫା ଦାବୀ ରେ ରାଜ୍ୟ ସ୍ତରରେ ଆନ୍ଦୋଳନ ଜାରୀ ରହିଥିବା ବେଳେ ଏହାର ପ୍ରଭାବ ପ୍ରତ୍ୟେକ ବ୍ଲକ ଅଞ୍ଚଳ ରେ ଦେଖିବାକୁ ମିଳିଛି, ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ୨୫ଗୋଟି ପଞ୍ଚାୟତ ର ୨୬୫ ଟି ପ୍ରାଥମିକ ବିଦ୍ୟାଳୟ ର ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମୂହ ଛୁଟିରେ ରହିବା ସହ ଆଜକୁ ୪ଦିନ ହେଲାଣି ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଯାହାରି ଫଳରେ ଶତାଧିକ ସ୍କୁଲରେ ପାଠ ପଢା ବାଧା ପ୍ରାପ୍ତ ହୋଇଛି । ପାଠ ପଢା ବନ୍ଦ ହେବା ଫଳରେ ଛାତ୍ରଛାତ୍ରୀ ମାନେ ବାଟବଣା ହୋଇ କିଏ ନଦୀ ଓ ବିଲ କୁ ମାଛ ଧରିବାକୁ ଯାଉଛନ୍ତି ତ ଆଉ କିଏ ଗାଇ ଚରେଇବା ସହ ଘର କାମରେ ପରିବାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଗତ ୮ ତାରିଖରୁ ଦିନ ଠାରୁ ଛାତ୍ରଛାତ୍ରୀ ଙ୍କ ପାଠ ପଢା ବନ୍ଦ ହୋଇଥିବା ଜଣା ପଡ଼ିଛି । ଖାଲି ଯେ ପାଠ ପଢା ବନ୍ଦ ହୋଇଛି ତାହା ନୁହେଁ ବରଂ ପିଲାଙ୍କ ମଧ୍ୟାହ୍ନ ଭୋଜନ ମଧ୍ଯ ବନ୍ଦ ରହିଛି । ସରକାର କେବେ ଶିକ୍ଷକ ମାନଙ୍କ ଦାବି ପୂରଣ କରିବେ ଆଉ ଛାତ୍ରଛାତ୍ରୀ ମାନେ କେବେ ସ୍କୁଲ ଯିବେ ଏହାକୁ ନେଇ ଚିନ୍ତାରେ ଅଭାଭାବକ । ଘରୋଇ ସ୍କୁଲ ମାନଙ୍କ ରେ ପିଲା ରେଗୁଲାର ଶିକ୍ଷା ପାଉଥିବା ବେଳେ ସରକାରୀ ସ୍କୁଲ ର ପିଲା ଏବେ ପାଠ ପଢା ରୁ ବଞ୍ଚିତ ହୋଇଛନ୍ତି। ଏଣୁ ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମହଲରୁ ଦାବୀ ଉଠୁଛି,
ବିଭିନ୍ନ ସ୍କୁଲର ସମସ୍ତ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେବା ସହ ଦାବି ପୂରଣ ପାଇଁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଆସୁ ଥୁଲେ । ହେଲେ ରାଜ୍ୟ ସରକାର ତାଙ୍କର ଦାବି ପୂରଣ ନକରିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ସମସ୍ତ ଶିକ୍ଷକ ସାମୁହିକ ଛୁଟିରେ ରହି ଗଣ ଧାରଣ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ୩ ଦଫା ଦାବୀ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ସାମୁହିକ ଛୁଟିରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଆଜି ଧାରଣା ସ୍ଥଳରେ ଜିଲ୍ଲା ସଭାପତି କିଶୋର କହଁର ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମନୋବଳ କୁ ଦୃଢ଼ କରିଥିବା ବେଳେ ଥିବା ରାଜ୍ୟ ମହାସଂଘର ଆଞ୍ଚଳିକ ସମ୍ପାଦକ ବିଦେଶୀ ନାୟକ ରାଜ୍ୟ ସ୍ତରର ସମସ୍ତ ସୂଚନା ପ୍ରଦାନ କରିବା ସହ ଦାବୀ ପୂରଣ ନ ହେବା ଯାଏଁ ଆନ୍ଦୋଳନ ରୁ ଓହରି ନ ଯିବାକୁ ପରାମର୍ଶ ଦେଇଥିଲେ , ଏହି ଧାରଣାରେ ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପତ୍ରା, ସମ୍ପାଦକ ସଂଗ୍ରାମ କୁମାର ନାୟକ, ଏନ୍ ପି ଏସ ସଙ୍ଘ ସଭାପତି କୈଳାସ ଚନ୍ଦ୍ର ପ୍ରଧାନ, ସମ୍ପାଦକ ରମେଶ ପ୍ରଧାନ, ଏମ ଏଲ ଇ ସଙ୍ଘ ସମ୍ପାଦକ ସାମଶାନ ପ୍ରଧାନ, ସମ୍ପାଦକ ଫିଲିପ ପ୍ରଧାନ ଏକ୍ସ କ୍ୟାଡ଼ର ସଭାପତି ଆଶୁତୋଷ ସହୁ ଙ୍କ ନେତୃତ୍ବ ରେ ୮୦୦ ଶହରୁ ଉର୍ଦ୍ଧ୍ଵ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିବା ଜଣାପଡିଛି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)