November 14, 2024
Share

 

*ତାରିଖ ୦୩/୦୨/୨୩, ଶୁକ୍ରବାର*

 

*୧-ଓୟୁଏଟିର ସବୁ କ୍ଲାସ୍ ହେବ ସ୍ମାର୍ଟ କ୍ଲାସ୍ । ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିୟମ୍ । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ କଲେ ୫-ଟି ସଚିବ।*

 

*୨-ଓଡ଼ିଶା ଅଗ୍ନିଶମ ସେବା ସହ ଯୋଡ଼ିହେଲା ଜରୁରୀକାଳୀନ ସେବା, ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ଜାରି।*

 

*୩-ଜେଲ ଗଲେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ । ସିନେମା ହଲ ଭିତରେ ଗଣ୍ଡଗୋଳ କରିବା ପଡିଲା ମହଙ୍ଗା ।*

 

*୪-ବ୍ରହ୍ମପୁର: ଗୋପାଳଙ୍କ ସହପାଠୀ ଓ ସମ୍ପର୍କୀୟଙ୍କୁ ଚାଲିଛି ପଚରାଉଚରା।*

 

*୫-TPSODL ଜିଏମ୍‌ଙ୍କ ଆୟଠୁ ୧୧୧% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ: ବ୍ରହ୍ମପୁରରେ ରହିଛି ୩ଟି ବହୁତଳ ବିଶିଷ୍ଟ ଘର।*

 

*୬-ଜୟପୁରର ବିକ୍ରମଦେବ କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ।*

 

*୭-ବାସୁଦେବପୁର:ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪୬ ବଖରା ଘର; ବାସହୀନ ୨୨ ପରିବାର।*

 

*୮-ପିଣ୍ଟୁ ନନ୍ଦଙ୍କ ଅଧିକ ଚିକିତ୍ସା ପାଇଁ ଅଣ୍ଟା ଭିଡିଲା ଓଡ଼ିଶା ସିନେ ଆସୋସିଏସନ୍‌, ସହାୟତାର ହାତ ବଢାଇବା ନେଇ ହେଲା ଆଲୋଚନା।*

 

*୯-୨୧ରୁ ବିଧାନସଭା ବଜେଟ ଅଧିବେଶନ : ଫେବ୍ରୁଆରୀ ୨୪ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ।*

 

*୧୦-ନବ ଦାସଙ୍କୁ ହତ୍ୟାର ତଦନ୍ତରେ ମିଳିଲା ବଳିଷ୍ଠ ପ୍ରମାଣ: ଗୋପାଳ ହାତଲେଖା କାଗଜକୁ ଜବତ କରିଛି କ୍ରାଇମବ୍ରାଞ୍ଚ।*

 

*୧୧-ଏମ୍‌ସ ଭୁବନେଶ୍ୱରର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଚିକିତ୍ସକ ଡା. ଦିଲ୍ଲୀପ କୁମାର ପରିଡ଼ା।*

 

*୧୨-ଅର୍ଚ୍ଚନା ନାଗ ଗିରଫ ମାମଲା: ୨୪ ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଖଣ୍ଡଗିରି ପୋଲିସ।*

 

*୧୩-ସପ୍ତଦଶ ତୋଷାଳି ମେଳାରେ ଚାନ୍ଦୁଆ କାରିଗର ସୁରେଶ ଚନ୍ଦ୍ର ମହାପାତ୍ର ପାଇଲେ ରାଜ୍ୟ କଳାକୃତି ସମ୍ମାନ।*

 

*୧୪-ଧାନବାଦ:ଏପଟେ ଜଳୁଥିଲା ହୋମ ନିଆଁ ସେପଟେ ଜଳିଲା ଯୁଇ; ଝିଅ ବାହାଘର ବେଳେ ଜଳିଗଲେ ମାଆ ଓ ପରିବାର ୪ ସଦସ୍ୟ, ୧୪ ମୃତ।*

 

*୧୫-କ୍ଷୟ ହେଉଛି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ, ହରାଇଲାଣି ୮ ଲକ୍ଷ କୋଟିରୁ ଅଧିକ।*

 

*୧୬-ତ୍ରିରାଷ୍ଟ୍ରୀୟ ମହିଳା T20: ଭାରତକୁ ହରାଇ ଦକ୍ଷିଣ ଆଫ୍ରିକା ଚମ୍ପିୟାନ।*

 

. *🙏ସୁପ୍ରଭାତ🙏*