April 25, 2026

ବରପଲ୍ଲୀ ଗ୍ରାମରେ ଚବିଶି ପ୍ରହର ନାମଯଜ୍ଞ 

IMG-20230203-WA0002
Share

 

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବରପଲ୍ଲୀ ଗ୍ରାମରେ ଶ୍ରୀ ଚୈତନ୍ୟ ଠାକୁରଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨ ଠାରୁ ଆରମ୍ଭ ହୋଇ ୫ ତାରିଖ ଦିନ ପୂର୍ଣ୍ଣାହୁତି ହେବା ସହ ଗ୍ରାମ ନଗର ପରିକ୍ରମା ହେବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦିଗପହଣ୍ଡି ବିଧାୟକ ଡଃ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୁପୁତ୍ର ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଲବ ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପରେ ସେ ଗ୍ରାମର କୋଠଘର ପାଇଁ ବିଧାୟକ ପାଣ୍ଠିରୁ ୨ ଲକ୍ଷ ଟଙ୍କା, କଲ୍ୟାଣ ମଣ୍ଡପ ପାଇଁ ପ୍ରସ୍ତାବ ଦେଇଥିଲେ।ଏଥିରେ ସ୍ଥାନୀୟ ସରପଞ୍ଚ କାମିନୀ ନାୟକଙ୍କ ପୌରହିତରେ ବିଭିନ୍ନ ଗ୍ରାମାଞ୍ଚଳର ନାମ ସଂକୀର୍ତ୍ତନ ଦଳ ଗୁଡ଼ିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନାମ ସଂକୀର୍ତ୍ତନ ଉତ୍ସାହିତ କରିଥିଲେ l ଏହି ଅବସରରେ ରାଜ୍ୟ କାଜୁ ଉନ୍ନୟନ ଅଧ୍ୟକ୍ଷ ସୁଭାଷ ମହାରଣା, କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ରୋହିଗାଁ ସପପଞ୍ଚ ବଶିଷ୍ଠ କୁମାର ଜେନା, ଲାଞ୍ଜିଆ ସରପଞ୍ଚ ଅନିଲ କୁମାର ଗୌଡ଼,ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ସମିତି ସଭ୍ୟା ସୁନିତା ଦାସ, ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ସ୍ବାଇଁ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଟୁନା ନାୟକ, ଜିଲ୍ଲା ପରିଷଦ ସଭ୍ୟା ମମତା ଦାସ, ଲାଠି ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ଯୁବ ନେତା ବୀରେନ୍ଦ୍ର ଗୌଡ଼, ରଞ୍ଜନ ସ୍ୱାଇଁ, ସଂଗ୍ରାମ ସ୍ୱାଇଁ, ତ୍ରିନାଥ ନାଏକ, ସୁରେନ୍ଦ୍ର ଭୂୟାଁ, ପଞ୍ଚାନନ ଭୂୟାଁ, ଗୋପି ପ୍ରଧାନ, କୃଷ୍ଣ ସ୍ୱାଇଁ, ବିଚିତ୍ର ଗୈାଡ ଓ ଗ୍ରାମବାସୀଙ୍କ ଦ୍ବାରା ସହଯୋଗ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed