August 26, 2026

ଅଧା ରାସ୍ତା ଚାଲିଗଲା ମା ର ଜୀବନ ମାନବିକତା ଦେଖାଇଲେ ସ୍ବେଛାସେବୀ ସୁଧୀର

IMG-20230203-WA0000
Share

====================

 

ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା

 

ଭୁବନେଶ୍ୱର ଠାରୁ ବ୍ରହ୍ମପୁର 16ନମ୍ବର ଜାତୀୟ ରାଜପଥ ଅଭିମୁଖେ ଆସୁଥିବା ଖମ୍ବେଶ୍ଵରୀ ଘରେଇ ବସରେ ବୁଧୁବାର ଏକ ଅଭାବନିୟ ଘଟଣା ଘଟିଥିବା ଜଣାପଡିଛି l ଉକ୍ତ ବସରେ ଯାଉଥିବା ଜଣେ ମହିଳାଙ୍କ ହଠାତ ମୃତ୍ୟୁ ହୋଇଯିବା ଫଳରେ ବସ ରେ ଯାଉଥିବା ଯାତ୍ରୀ ମାନେ ଅସନ୍ତୋଷ ପ୍ରକାଶ ଆଗରୁ ଷ୍ଟାପ ମାନେ ମୃତ ଶରୀର କୁ ମେଡିକାଲ ପଠାଇବା ପରିବର୍ତ୍ତେ ଗଞ୍ଜାମ ଏନ. ଏ. ସି. ଜାତୀୟ ରାଜପଥ ରାସ୍ତା କର ଶନି ମନ୍ଦିର ଠାରେ ଓଲ୍ଲାଇ ଦେଇ ଚାଲିଯାଇଥିଲେ l ମିଳିଥିବା ସୂଚନାନୁଯାୟୀ ପୁଅ ସୁଜିତ ସ୍ୱାଇଁ ନିଜର ଅସୁସ୍ଥ ମାଆ ଙ୍କ ଚିକିତ୍ସା ପାଇ ମାଆ ଙ୍କୁ ନେଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ନେଇଥିଲେ l ସେଠାରୁ ଚିକିତ୍ସା ପରେ ସେମାନେ ଘରକୁ ଫେରୁଥିବା ବେଳେ ବସ ଭିତରେ ମାଆ କିଛି ନ ହେବାରୁ

ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅବଗତ କରାଇଥିଲେ l ଅବଗତ ପରେ ବସ ଷ୍ଟାପ ସେମାନଙ୍କୁ ସେମାନଙ୍କ ମା ର ଶରୀର ଓ ପୁଅକୁ ଡ଼କ୍ଟର ଙ୍କ ବିନା ପରାମର୍ଶ ରେ ମେଡିକାଲ ବା ଘରକୁ ଫେରାଇବା ବ୍ୟବସ୍ଥା ନକରି ଅଧା ରାସ୍ତାରେ ଛାଡି ଚାଲି ଯାଇଥିଲେ l ଯାହାକୁ ସ୍ଥାନୀୟ ଅଞ୍ଚଳବାସୀ ନିନ୍ଦା କରିଛନ୍ତି l ଜାତୀୟ ରାଜପଥ ଯିବା ଆସିବା ବହୁ ଲୋକ କରୁଥିଲେ ସାହାଯ୍ୟ ର ହାତ କେହି ବଡେଇ ନଥିଲେ l ଗଞ୍ଜାମ ସହରର ଯୁବ ସ୍ବେଛାସେବୀ ତଥା ବିଜେଡି ଯୁବ ସଭାପତି ସୁଧିର କୁମାର ପାଢ଼ୀ ଖବର ପାଇ ପାଖରେ ପହଂଚି ଅସହାୟ କୁ ସାହାୟତା କରିବା ସହ ନିଜେ କିଛି ଆର୍ଥିକ ସାହାୟତା କରିବା ସହ ଅନ୍ୟମାନଙ୍କ

ସହଯୋଗରେ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଗାଁ କୁ ପଠାଇବାର ବ୍ୟବସ୍ଥା କରି ମାନବିକତା ର ପରିଚୟ ଦେଇଥିବା ରୁ ବୁଦ୍ଧିଜିବି ମହଲରୁ ପ୍ରଶଂସା ହେଇଥିବା ଦେଖିବାକୁ ମିଳିଛି l ସେମାନଙ୍କ ଘର ପାଟପୁର ଥାନା ଅନ୍ତର୍ଗତ ଗୌତ୍ତମୀ ପଞ୍ଚାୟତ ର ପଦ୍ମତୋଳା ଗାଁ ବୋଲି ଜଣା ପଡିଛି l

You may have missed