ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ, ୧୩୧ ବିଦ୍ୟାଳୟରେ ଝୁଲିବ ତାଲା !

IMG-20230913-WA0047
Share

ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ, ୧୩୧ ବିଦ୍ୟାଳୟରେ ଝୁଲିବ ତାଲା !
ବୁଗୁଡା : ତା ୧୩/୦୯/୨୩ : ଶିକ୍ଷକଙ୍କ ୩ ଦଫା ଦାବି ପୂରଣ ନିମନ୍ତେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ବୁଗୁଡ଼ା ବ୍ଲକର ୧୩୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୭୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମୂହ ଛୁଟି ନେଇ ୧୪ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣାରେ ବସିବାକୁ ବିଇଓ ଚିନ୍ମୟ ମହାପାତ୍ରଙ୍କ ସମେତ ସ୍ଥାନୀୟ ବିଡିଓ ଏବଂ ଥାନା ଅଧିକାରୀଙ୍କୁ ଲିଖିତାକାରରେ ଅବଗତ କରାଯାଇଥିବା ଜଣାଯାଇଛି । ଓପିଏସ୍ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ ଓ ସମ୍ପାଦକ ନଗେନ୍ଦ୍ର ନାଥ ଷଡଙ୍ଗି ଏବଂ ଏନପିଏସ ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡ ଓ ସମ୍ପାଦକ ସନାତନ ପ୍ରଧାନଙ୍କ ସମେତ ଅନ୍ୟ ଶିକ୍ଷକମାନେ ମିଳିତ ଭାବେ ଏ ନେଇ ବିଇଓ , ବିଡିଓ , ଆଇଆଇସି ଆଦି ପ୍ରାଶାସନିକ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ଫଳରେ ବିଇଓ କାର୍ଯାଳୟ ଅଧିନସ୍ଥ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ସୂଚନା ମିଳିଛି ।