November 25, 2024

ତିନି ଦଫା ଦାବି ପୂରଣ ନେଇ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ୍ ର କ . ନୂଆଗାଁ

Share

ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମଖରେ ଗଣ ଧାରଣା ଚତୁର୍ଥ ଦିନରେ ପହଞ୍ଚିଲା ବାଲିଗୁଡା – ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଓଡିଶା ର କାର୍ଯ୍ଯ ବନ୍ଦ ଡାକରା ରେ ନିଖିଳ ଉତ୍କଳ ଶିକ୍ଷକ ଫେଡେ ରେସନ କ ନୂଆଗାଁ ବ୍ଲକ୍ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗଣ ଧାରଣା ଚତୁର୍ଥ ଦିନରେ ପହଞ୍ଚି ଛି l ବ୍ଲକ୍ ସଭାପତି ବୁଲୁ କୁମାର ନାୟକ ଙ୍କ ନେତୃତ୍ବରେ ଉପ ସଭାପତି ଶାନ୍ତନୁ କୁମାର ସାହାଣୀ ସମ୍ପାଦକ ରାକେଶ କୁମାର କୋଠଦଳାଇ ପ୍ରଦୀପ କୁମାର କୋଠଦଳାଇ ପ୍ରଦୀପ କୁମାର ପ୍ରଧାନ ସସ୍ମିତା ରାଣୀ ନାୟକ ରାଘବ ଦିଗାଲ ମନୋଜ୍ ବିଶିମlଝି ପ୍ରମୁଖ ଉପସ୍ଥିତ ଥିଲେ lତିନି ଦଫା ଦାବି ମଧ୍ୟରେ ପ୍ରାଥମିକ ଶିକ୍ଷା ରୁ ଠିକା ଉଚ୍ଛେଦ l କନିଷ୍ଠ ଶିକ୍ଷକ ଙ୍କୁ ନିୟମିତ l ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ଯ କାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡ଼ର ଶିକ୍ଷକ ବହୁ ଭାଷୀ ଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ l ସମସ୍ତ ବର୍ଗର ଶିକ୍ଷକ ଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବୁଲ 9 ଗ୍ରେଡ ପେ 4200 ଅନୁଯାୟୀ ପ୍ରଦାନ କରିବା l ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଭଳି ଦାବୀ ରହିଛି l ଶିକ୍ଷକ ଙ୍କ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଓ ପ୍ରତୀକ ଧାରଣା ଯୋଗୁଁ ଜିଲ୍ଲା ରେ ପ୍ରାୟ ପଞ୍ଚଶହ ରୁ ଉର୍ଦ୍ଧ ବିଦ୍ୟାଳୟ ଗୁଡ଼ିକ ରେ ଶିକ୍ଷଣ କାର୍ଯ୍ଯ ବାଧାପ୍ରାପ୍ତ ହୋଇଥିବା ଜଣା ପଡ଼ିଛି l ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି l(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)