September 21, 2026

ଜିଲ୍ଲା ସ୍ତରୀୟ ଭଲିବଲ୍ ଚାମ୍ପିୟନସ ଅନୁଷ୍ଠିତ——

IMG-20230909-WA0016
Share

ଜିଲ୍ଲା ସ୍ତରୀୟ ଭଲିବଲ୍ ଚାମ୍ପିୟନସ ଅନୁଷ୍ଠିତ——
ଗଜପତି ଜିଲ୍ଲା ସ୍ତରୀୟ ଭଲିବଲ୍ ଚାମ୍ପିୟନସ ସ୍ଥାନୀୟ ନୀଳମଣି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମୋନୋଜରଞ୍ଜନ ଦଳାଇ ଯୋଗ ଦେଇ ପ୍ରତିଯୋଗିତା କୁ ଆରମ୍ଭ କରି ଥିଲେ।ଏଥିରେ ଜିଲ୍ଲା ର ସମସ୍ତ ୭ଗୋଟି ବ୍ଲକ ରୁ ଉଭୟ ୧୪ବର୍ଷ ବାଳିକା ଓ ୧୭ବର୍ଷ ବାଳକ ଓ ବାଳିକା ଦଳ ଭାଗ ନେଇଥିଲେ ଉଦ୍ଘାଟନ ଉସ୍ଛବ ରେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣବାସୀ ନାୟକ ମୁଖ୍ୟ ଅତିଥି ରୂପେ ଏବଂ ଅନ୍ତର୍ଯ୍ୟାମୀ ଗମାଙ୍ଗ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଗୌତମୀ ଜାନୀ ,ପି ପାପା ରାଓ, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉସ୍ଛହିତ କରିଥିଲେ। ପ୍ରତିଯୋଗିତା ଶେଷରେ ୧୪ ବର୍ଷ ରୁ କମ ବାଳକ ବିଭାଗରେ ରାୟଗଡ଼ ଚାମ୍ପିୟନ ହୋଇଥିବା ବେଳେ ରା ଉଦୟଗିରି ରନରସ ହୋଇଛି। ସେହିପରି ୧୭ବାଳକ ବିଭାଗ ରେ ରା ଉଦୟଗିରି ଚାମ୍ପିୟନସ ହୋଇ ଥିବାବେଳେ ନୂଆଗଡ ରନରସ ହୋଇଛି। ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଶ୍ରୀ ସୁରେନ୍ଦ୍ର ପାତ୍ର ଉପସ୍ଥିତ ରହି ବିଜେତା ଦଳକୁ ଟ୍ରଫି ଦେଇ ଉସ୍ଛହିତ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ଲିଙ୍ଗରାଜ ସାହୁ, ସନ୍ତୋଷ ପ୍ରସାଦ ପଣ୍ଡା, ଧିରେନ୍ଦ୍ର କୁମାର ସାମଲ, ରେଖା ରାଣୀ ଦେଓ, ନାରାୟଣ ସାହୁ, କିଶୋର ସାମଲ,ଅଭିନ୍ନ ବାସୁଦେବ ମିଶ୍ର , ଅମ୍ବିକା ସେଠୀ, ଯୋଗ ଦେଇଥିଲେ। ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ପ୍ରିୟଦର୍ଶୀ ମିଶ୍ର ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପି ମେନକା ରାଓ ଉପସ୍ଥିତ ରହି ପିଲା ମାନଙ୍କ ଉସ୍ଛହିତ କରିଥିଲେ।