April 30, 2026
IMG-20230906-WA0039
Share

ଶରୀର ପାଇଁ ହିତକର ଛତୁ।

ବୋଲଗଡ଼,୦୬/୦୯(ଉପାନ୍ତ ଖବର): ଛତୁ ସାଧାରଣ ଆମେ ଖାଦ୍ୟ ଭାବରେ ବ୍ୟବହାର କରିଥାଉ। ପାଠ୍ୟ ପୁସ୍ତକ ଅନୁସାରେ ସାରା ବିଶ୍ୱରେ ୪୦୦ ପ୍ରକାର ଛତୁ ଦେଖାଯାଇଥାଏ। କିନ୍ତୁ ଗୁରୁତ୍ବ ପୁର୍ଣ କଥା ହେଉଛି ସବୁ ପ୍ରଜାତିର ଛତୁ ଖାଦ୍ୟ ରୁପେ ବ୍ୟବହାର କରା ଯାଇନଥାଏ। ଛତୁ ମାନଙ୍କ ମଧ୍ୟରେ ବାଲିଛତୁ,ଧିଙ୍ଗିରିଛତୁ,ନାଡଛତୁ,ପାଳଛତୁ,ନଡାଛତୁ,ଉଇହୁଙ୍କାରେ ଫୁଟିଥିବା ଖୁଦଛତୁ ଇତ୍ଯାଦି ଖାଦ୍ୟ ଉପଯୋଗୀ ହୋଇଥାଏ। ଛତୁକୁ ଭାଜିକରିହେଉ ବା ପୋଡିକରି କିମ୍ବା ତରକାରୀ ପ୍ରସ୍ତୁତ କରି ଖିଆଯାଇ ଥାଏ।ଆୟୁର୍ବେଦ ଅନୁସାରେ ଛତୁରେ ଅନେକ ପୋଷାକ ତତ୍ତ୍ଵ ସହ ବହୁ ପରିମାଣରେ ଔଷଧୀୟ ଗୁଣ ରହି ଅଛି। ଛତୁ ଆମ ଶରୀରପାଇଁ ବହୁ ଉପକାରୀ ଅଟେ। ଛତୁ ଖାଇବା ଦ୍ୱାରାଉଚ୍ଚରକ୍ତଚାପ,ହୃଦୁରୋଗ,ହିମୋଗ୍ଳୋବିନସ୍ତରରେ ନିୟ ନ୍ତ୍ରଣ,ମେଦବହୁଳତା,ହଜମ କ୍ରିୟା, ଏବଂ ସୁଗାରଲେବଲକୁ ନିୟନ୍ତ୍ରଣ କରିଥାଏ। ମୋଟାମୋଟି ଭାବେ କହିବାକୁ ଗଲେ ଛତୁରେ ଅନେକ ମହତ୍ତ୍ୱପୂର୍ଣ୍ଣ ମିନରାଲସ ଓ ଭିଟାମିନ ରହିଅଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed