June 13, 2026

କଂଗ୍ରେସ ପକ୍ଷରୁ ବିଜେଡ଼ି ଓ ବିଜେପି ସରକାରର ଦୁର୍ନିତି, ଭ୍ରଷ୍ଟାଚାର ବିରୁଦ୍ଧରେ ଗଣବିକ୍ଷୋଭ ସହ ହାଟଡ଼ିହୀ ବ୍ଳକ ଘେରାଉ

IMG-20230906-WA0040
Share

କଂଗ୍ରେସ ପକ୍ଷରୁ ବିଜେଡ଼ି ଓ ବିଜେପି ସରକାରର ଦୁର୍ନିତି, ଭ୍ରଷ୍ଟାଚାର ବିରୁଦ୍ଧରେ ଗଣବିକ୍ଷୋଭ ସହ ହାଟଡ଼ିହୀ ବ୍ଳକ ଘେରାଉ

ହାଟଡିହି ,ଆନନ୍ଦପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ହାଟଡ଼ିହୀ ବ୍ଲକ ସମ୍ମୁଖରେ ୫ତାରିଖ ମଙ୍ଗଳବାର ଦିନ କଂଗ୍ରେସ ଦଳ ପକ୍ଷରୁ ବିଜେଡ଼ି ଓ ବିଜେପି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ଦେଖାଯାଇଛି । ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ବିଧାୟକ ଜୟଦେବ ଯେନାଙ୍କ ନେତୃତ୍ଵରେ ମଙ୍ଗଳବାର ଦିନ ହାଟଡ଼ିହୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଶହ ଶହ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବିଜେଡ଼ି ଓ ବିଜେପି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା ପ୍ରମୁଖ ସମସ୍ୟା ଉପରେ ସ୍ଲୋଗାନ ଦେଇ ବ୍ଳକ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯୁବ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ମନୋଜ କୁମାର ଯେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ କେରାପୁଟ ଜିଲ୍ଲା ଜୟପୁର ବିଧାୟକ ତାରାବାହିନୀ ପତି, ପୂର୍ବତନ ପିସିସି ସଭାପତି ଜୟଦେବ ଯେନା, କଂଗ୍ରେସ ନେତା ମାନସ ଚୌଧୁରୀ, ସଂଗ୍ରାମ ଦାସ, ଜିଲ୍ଲା ସଭାପତି ମୋହନ ପରିଡ଼ା, ଜିଲ୍ଲା ସମ୍ପାଦକ ହାଡ଼ିବନ୍ଧୁ ଖୁଟିଆ, ସୁରେଶ ଯେନା ପ୍ରମୁଖ ବିଜେଡ଼ି ଓ ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଏହି ଅବସରରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ହାଟଡ଼ିହୀ ବିଡ଼ିଓ ବୀନିତା ବିଜୟିନୀଙ୍କୁ ପ୍ରଦାନ କରାଯାଇଥିଲା
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ

You may have missed