ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଷ୍ଟୁଡେଣ୍ଟସ୍ ସେମିନାର କାର୍ଯ୍ୟକ୍ରମ
ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଷ୍ଟୁଡେଣ୍ଟସ୍ ସେମିନାର କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୦୫/୦୯/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ଶୀର୍ଷକ ” ଷ୍ଟୁଡେଣ୍ଟ-ଟିଚର ରିଲେସନସିପ୍ ଇନ୍ ଦ ପ୍ରେଜେଣ୍ଟ ସିନାରିଓ ” ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ତଥା ବିଚାରକ ଭାବେ ଅଧ୍ଯାପକ ଆତ୍ମପ୍ରକାଶ ନାୟକ, ହିମାଂଶୁ ଶେଖର ରଥ ଓ ଦିନେଶ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସାମ୍ପ୍ରତିକ ପରିପ୍ରେକ୍ଷୀରେ ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ଆଲୋଚ୍ଯ ବିଷୟ ଉପରେ ସ୍ବ ସ୍ବ ବକ୍ତବ୍ୟ ଉପସ୍ଥାପନ କରି ବିଚାରକ ମଣ୍ଡଳୀର ନିଷ୍ପତ୍ତି କ୍ରମେ ଛାତ୍ରୀ ଯଶୋଧାରା ପ୍ରଧାନ-ପ୍ରଥମ , ରାଜଲକ୍ଷ୍ମୀ ନନ୍ଦ – ଦ୍ବିତୀୟ , ରୋଜାଲି ସାସମଲ ଓ ଉର୍ମିଳା ମହାନ୍ତି ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ପ୍ରଶଂସିତ ହୋଇଥିଲେ । ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯାପକ ବିଜେନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ଏହାର ପ୍ରାରମ୍ଭରେ ସେମିନାର ସମ୍ପାଦକ ଆଶୁତୋଷ ମହାପାତ୍ର ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପିକା ଶୁଭସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।