September 30, 2024

ଫାସିଓଦା ଗ୍ରା.ପ ୨୦କର୍ମୀ ବିଜେପିରେ ଯୋଗଦେଲେ।

Share

ଫାସିଓଦା ଗ୍ରା.ପ ୨୦କର୍ମୀ ବିଜେପିରେ ଯୋଗଦେଲେ।

ବୋଲଗଡ଼, ୦୪/୦୯ (ଉପାନ୍ତ ଓଡିଶା): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ଗ୍ରାମପଞ୍ଚାୟତ ର ବିଭିନ୍ନ ରାଜନୈତିକ ଦଳର ୨୦ଜଣ କର୍ମୀ ବିଜେପି ଦଳରେ ରବିବାର ଅପରାହ୍ନରେ ଭୁବନେଶ୍ୱର ସାଂସଦଙ୍କ କାର୍ଯାଳୟ ଠାରେ ଯୋଗ ଦେଇଛନ୍ତି। ଟାଙ୍ଗିସହି ଓ୍ବାର୍ଡ ମେମ୍ବର ମାଧବ ଦାଶ, ଶରତ ମଲ୍ଲିକ, ପ୍ରଫୁଲ୍ଲ ମହାନ୍ତି, ରବିନ୍ଦ୍ର ମହାରଣା ପଂଚୁ ପରିଡା, ଯୁଧିଷ୍ଠିର ବରାଡ ପ୍ରମୁଖ ଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ବିଜୁଳି ଉତ୍ତରୀୟ ଓ ଟୋପି ପନ୍ଧାଇ ବିଜେପିରେ ସାମିଲ କରିଥିଲେ। ବୋଲଗଡ଼ ବିଜେପି ମଣ୍ଡଳ ସଭାପତି ରଘୁନାଥ ଷଡଙ୍ଗୀ, ସାଧାରଣ ସଂପାଦକ ଆର୍ତ୍ତବନ୍ଧୁ ପ୍ରଧାନ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା କାର୍ଯ କର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ।ଦଳରେ ସାମିଲ ହୋଇଥିବା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଂସଦ ଅପରାଜିତା ଷଡଙ୍ଗୀଙ୍କର ବିକାଶ ମୂଳକ କାର୍ଯ୍ୟ ତଥା ବିଜେପି ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ପ୍ରକାଶ କରିଥିଲେ। ଶେଷରେ ପଂଚାୟତ ସଭାପତି ରାଘବ ସ୍ବାଇଁ ଧନ୍ଯବାଦ ଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)