November 23, 2024
Share

 

ତାରିଖ ୦୧/୦୨/୨୦୨୩ ବୁଧବାର ।

 

୧-ନିର୍ବାଚନ୍ ପୂର୍ବରୁ ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ । ଜନତାଙ୍କ ସନ୍ତୁଷ୍ଟ କରି ବଜେଟ ଆଣିପାରନ୍ତି କେନ୍ଦ୍ର ସରକାର ।

 

୨-ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଉଦବୋଧନ । କହିଲେ, ୨୦୪୭ ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ଲକ୍ଷ୍ୟ ।

 

୩-ଧନବାଦର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡରେ ୧୫ ମୃତ ।

 

୪-ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩: ନିଯୁକ୍ତି ସୁଯୋଗ ବୃଦ୍ଧି, ସହରାଞ୍ଚଳରେ ବେକାରୀ ହାର କମିଲା ।

 

୫-ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ, ୯୭ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ।

 

୬-ସାଇବର ଅପରାଧ ରୋକିବାକୁ ସ୍ବତନ୍ତ୍ର ପ୍ରୟାସ: ରାଜ୍ୟବ୍ୟାପୀ ବୁଲିବ ସଚେତନତା ରଥ, ବାଣ୍ଟିବ ବାର୍ତ୍ତା ।

 

୭-ମୋରବି ଝୁଲାପୋଲ ଦୁର୍ଘଟଣା: କୋର୍ଟରେ ଆତ୍ମସମର୍ପଣ କଲେ ଓରେଭା ଗ୍ରୁପର ଏମଡି ଜୟସୁଖ ପଟେଲ।

 

୮-ବିହାର ରାଜ୍ୟ ରାଜନୀତିରେ ହଟଚମଟ । ରଣହୁଙ୍କାର ଦେଲେ ଉପନ୍ଦ୍ରେ କୁଶୱା । କହିଲେ ପଦବୀ ନାଁରେ ଭୂଆଁ ବୁଲାଉଛନ୍ତି ନୀତୀଶ କୁମାର ।

 

୯-ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଟପ୍ ୧୦ ଲିଷ୍ଟରୁ ବାହାରି, ଏବେ ୧୧ ନମ୍ବର ସ୍ଥାନରେ ।

 

୧୦-ଆଉ ଦୁଇଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ କେନ୍ଦ୍ରକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍ ।

 

୧୧-ମନ୍ତ୍ରୀଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି । ଶାସକ ଦଳକୁ ଘେରିଲେ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।

 

୧୨-ନବ ଦାସଙ୍କୁ ଗୁଳିମାଡ ପରେ କାର୍ଯ୍ୟନୁଷ୍ଠାନ; ବଦଳିଲେ ଝାରସୁଗୁଡ଼ା ଏସପି ଓ ବ୍ରଜରାଜନଗର ଏସଡିପିଓ ।

 

୧୩-ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩।

 

୧୪-ଜିଓ ପକ୍ଷରୁ ବଲାଙ୍ଗୀର ଓ ନାଲ୍‌କୋରେ ଟ୍ରୁ-୫ଜିର ଶୁଭାରମ୍ଭ, ସାରା ଓଡ଼ିଶାର ୧୨ଟି ସହରରେ ପହଂଚିଲା ଟ୍ରୁ-୫ଜି ।

 

୧୫-ବିଶାଖାପାଟନମ୍ ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ : ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ।

 

୧୬-ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ ।

 

୧୭-ହିମାଚଳ ପ୍ରଦେଶ ପୋଲିସ୍‌ ନିଯୁକ୍ତି ଘୋଟାଲା: ୭ ରାଜ୍ୟର ୫୦ଟି ସିବିଆଇ ରେଡ୍ ।

 

୧୮-ବଜେଟ୍ ପୂର୍ବରୁ ଖୁସି ଖବର, ଜାନୁଆରୀରେ ୧.୫୫ ଲକ୍ଷ କୋଟି ଉପରେ ଜିଏସଟି ସଂଗ୍ରହ, ଦ୍ୱିତୀୟ ସର୍ବବୃହତ କଲେକ୍ସନ ।

 

ସୁପ୍ରଭାତ ,ଶୁଭ ସକାଳ ।