April 29, 2026

ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୯ବମ ସାଧାରଣ ପରିଷଦ ବୈଠକ, ଓ ନୂତନ କର୍ମକର୍ତ୍ତା ଚୟନ

e0b1b3a8-920d-47f6-b954-54a9f77b199a
Share


ଅସ୍ତରଙ୍ଗ : ଏତି ମଧ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ପିର ଜାହାନିଆ ପୀଠ ଠାରେ, ବହୁ ପୁରାତନ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୯ବମ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସଭାପତି ପ୍ରଶାନ୍ତ କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ, ବରିଷ୍ଠ ପରାମର୍ଶଦାତା ଦୁଃଶାସନ ନାୟକ, ନିରଞ୍ଜନ ଦାସ, , ଶରତ କୁମାର ପରିଡା, ଙ୍କ ସହିତ ସବୁ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ରେ ବିଶେଷ କରି ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ସାଙ୍ଗଠନିକ କାର୍ଯ୍ୟ କ୍ରମ ଉପରେ ଆଲୋଚନା କରାଯାଇ ଥିଲା ।ତତ୍ ସହିତ ଆଗାମୀ ଦିନରେ ସଙ୍ଘ ସାଧାରଣ ଲୋକଙ୍କ ସ୍ୱର ସହିତ ସ୍ଵର ମିଳାଇ ,ସେମାନଙ୍କର ହକ ପାଇଁ ପ୍ରଶାସନିକ ସ୍ତରକୁ ଯାଇ ସେମାନଙ୍କ ହକ କୁ ଆଧାର କରି, ଉଚିତ ନ୍ୟାୟ ପ୍ରଦାନ କରିବାପାଇଁ ସଙ୍ଘ କାର୍ଯ୍ୟ କରିବ ବୋଲି ନିଷ୍ପତି ନିଆ ଯାଇଥିଲା ।ଏହି ବୈଠକ ରେ ବରିଷ୍ଠ ସଦଶ୍ୟ ମାନଙ୍କୁ ସନମାନିତ କରାଯାଇ ଥିଲା ଓ ସଂଘରେ ନୂତନ ସଭ୍ୟ ଭାବରେ ଆର୍ଯ୍ୟ ବିଶ୍ୱାଳ, ସୁଧୀର କୁମାର କର, ବରିଷ୍ଠ ସାମ୍ବାଦିକ ହିମାଂଶୁ ନାୟକ ନୂତନ ସଭ୍ୟ ଭାବରେ ତାଙ୍କର ସଦଶ୍ୟତା ଗ୍ରହଣ କରାଯାଇ ଥିଲା। ଏହାପରେ ସଙ୍ଘର କର୍ମକର୍ତା ଚୟନ କରାଯାଇଥିଲା ।ସଭାପତି ଭାବେ ବିଶ୍ୱରଞ୍ଜନ ବିଶ୍ୱଶ୍ରୀ, କାର୍ଯ୍ୟକାରୀ ସଭାପତି ରୂପେ ଯୁବ ସାମ୍ବାଦିକ ଆର୍ଯ୍ୟ ବିଶ୍ୱାଳ,ଉପସଭାପତି ସମୀର କର, ସମ୍ପାଦକ ଲୋକନାଥ ସ୍ୱାଇଁ, କୋଷାଧକ୍ଷ ବୃନ୍ଦାବନ ବିଶ୍ୱାଳ, ସଂସ୍କୃତି ସମ୍ପାଦକ ମନୋଜ ବିଶ୍ୱାଳ, ସମ୍ପାଦକ ଭାବରେ ତ୍ରିଲୋଚନ ବେହେରା ଙ୍କୁ ସର୍ବ ସମତି କ୍ରମେ ନିର୍ବାଚିତ କରାଯାଇଥିଲା । ତା ସହିତ ଅଗଷ୍ଟ ମାସ ପ୍ରଥମ ସପ୍ତାହ ରେ ଆଗାମୀ ବୈଠକ ପାଇଁ ନିଷ୍ପତି ନିଆଯାଇଛି ।ପରିଶେଷ ରେ ସଙ୍ଘର ଆଇନି ପରାମର୍ଶ ଦାତା ଦିବ୍ୟଦର୍ଶୀ ବିଶ୍ୱାଳ ସମସ୍ତ ଙ୍କୁ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା.