November 25, 2024

ଭାଗବତ ପ୍ରଚାର କାର୍ଯ୍ୟକ୍ରମ ର ପଞ୍ଚମ ସନ୍ଧ୍ୟାରେ ବିମୋହିତ ହେଲେ ଭକ୍ତ ମଣ୍ଡଳୀ !

Share

ଭାଗବତ ପ୍ରଚାର କାର୍ଯ୍ୟକ୍ରମ ର ପଞ୍ଚମ ସନ୍ଧ୍ୟାରେ ବିମୋହିତ ହେଲେ ଭକ୍ତ ମଣ୍ଡଳୀ !
===================
ତିର୍ତ୍ତୋଲ :- ସମାଜରୁ କଳିର କଳୁଷ ବିନାଶ କରିବାକୁ ବର୍ତ୍ତମାନ ସମୟରେ ଶ୍ରୀମଦ ଭଗବତ ଚିନ୍ତା ଚେତନା ଆଉ ସତସଙ୍ଗର ପ୍ରୟୋଜନ ଏକାନ୍ତ ଅପରିହାର୍ଯ୍ୟ !ଯାହା ଗତ 24 ତାରିଖରୁ ଝଙ୍କଡ଼ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଠାକୁରାଣୀ ଙ୍କ ମନ୍ଦିର ପରିସରରେ ଆରମ୍ଭ ହୋଇ, ପଞ୍ଚମ ସନ୍ଧ୍ୟାରେ ଉପନୀତ ହୋଇଅଛି !, ଧାରାବାହିକ ପ୍ରବଚକ୍ ତଥା ବାଗ୍ମୀ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସମେତ ସାରଳା ମନ୍ଦିରର ପୁରାଣବିଜ୍ଞ ଦିବାକର ପଣ୍ଡା , ବରିଷ୍ଠ ସେବାୟତ ନୃସିଂହ ଚରଣ ନାୟକ , ସୁଦାମ ଚରଣ ରାଉଳ ଓ ଅନୁଷ୍ଠାନର ସଭାପତି ଇଞ୍ଜିନିୟର ବିଷ୍ଣୁଚରଣ ସ୍ୱାଇଁ ଓ କର୍ମକର୍ତ୍ତା ବିଶ୍ବରଂଜନ ରାଉଳ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ !ଓଡ଼ିଶୀ ନୃତ୍ୟ ଶିଳ୍ପୀ ଲକ୍ଷ୍ମୀକାନ୍ତ ଭୂୟାଁ ଚମତ୍କାର ଶାସ୍ତ୍ରୀୟନୃତ୍ୟ ପରିବେଷଣ କରିଥିଲେ। ପ୍ରାସଙ୍ଗିକ ଭାବେ ମା ଯୋଗମାୟା ଓ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ, ଉପରେ ଆଧାରିତ ବିଷୟ ଆଲୋଚନା ହୋଇଥିବା ବେଳେ , ଭଗବତ୍ କଥାମୃତ ଶ୍ରବଣରେ, କ୍ଷୁଧା, ତୃଷା, ନିଦ୍ରା, ବୈରାଗ୍ୟ ସବୁକିଛି ଆପେ ଆପେ ଅପସାରିତ ହୋଇଯାଏ ଏବଂ ସଂସାର ର ପାପ ତାପ ଦୂର ହୋଇ ପରମଗତି ପ୍ରାପ୍ତ ହୋଇଥାଏ ବୋଲି ବାଗ୍ମୀପ୍ରବଚକ ମତ ବ୍ୟକ୍ତ କରିଥିଲେ !ଅନ୍ତିମ ପର୍ଯ୍ୟାୟ ରେ ସ୍ଥାନୀୟ କଳାକାର ମାନଙ୍କଦ୍ବାରା କୃଷ୍ଣଜନ୍ମ ଓ ନନ୍ଦୋତ୍ସବ ଲୀଳା ଉପରେ ଆଧାରିତ ନୃତ୍ୟଅଭିନୟ ସମସ୍ତଙ୍କ ପାଇଁ ଖୁବଉପଭୋଗ୍ୟ ହୋଇଥିଲା। ଏହି ଦଶମ ବାର୍ଷିକ ଭାଗବତ ମହୋତ୍ସବ କୁ ସରସ ସୁନ୍ଦର ଓ ସଫଳ କରିବା କ୍ଷେତ୍ରରେ, ମନ୍ଦିରର ପୁର୍ବତନ ଟ୍ରଷ୍ଟି ଅମରେଶ ରାଉତରାୟ, କ୍ଷୀତୀସ୍ ଚନ୍ଦ୍ର ପାତ୍ର , ଆଇନଜୀବି ଦୁର୍ଯୋଧନ ରଣା , ବିଳାସ ଚନ୍ଦ୍ର ବେହେରା , ଭଗବାନ ସାହୁ , ସାରଦାବାବା , ଅଶ୍ଵିନୀ ଦାସ , ସତ୍ୟଭୂଷଣ ଦାସ , ପ୍ରଶାନ୍ତ ସାହୁ , ପ୍ରଶାନ୍ତ କୁମାର ଷଡଙ୍ଗୀ , ତ୍ରିଲୋଚନ ରାଉଳ ଓ ସମୀରକାନ୍ତ ରାଉଳ ପ୍ରମୁଖ ବଦାନ୍ୟମାନ ଶ୍ରଦ୍ଧାଳୁ ଭକ୍ତମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।ପରିଶେଷରେ ଅନୁଷ୍ଠାନର ସମ୍ପାଦକ କ୍ଷୀରୋଦ କୁମାର ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !