ଜୈବ ବିବିଧତା ଓ ହର୍ଷିତା ପ୍ରିୟଦର୍ଶିନୀ ।
ଜୈବ ବିବିଧତା ଓ ହର୍ଷିତା ପ୍ରିୟଦର୍ଶିନୀ ।
କୋରାପୁଟ,୨୯।୭ ( ଉପାନ୍ତ ଓଡ଼ିଶା ) ଜୟପୁର ସହରସ୍ଥ ପ୍ରକାଶ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ପିଲାଟିଦିନରୁ ପାଠ ପଢା ବାଦେ କିଛି ଅଲଗା କରିବା ନିଶାରେ ସେ ,ବିଭିନ୍ନ ଦେଶ ବିଦେଶର ମୁଦ୍ରା, ଡାକଟିକଟ, ଆଦିବାସୀଙ୍କ ଗହଣା , ଦେଶୀ ଧାନ, ଦେଶୀ ମାଣ୍ଡିଆ, ମିଲେଟ୍, ର ବିଭିନ୍ନ ପ୍ରକାର ଦେଶୀ ବିହନ ସଂଗ୍ରହକରି ରଖିଛନ୍ତି। ବର୍ତ୍ତମାନ ବିଭିନ୍ନ ଦେଶ ର ଡାକ ଟିକଟ ସଂଗ୍ରହ କରୁଛନ୍ତି। ଆମ ପୃଥିବୀ ର ଜୈବ ବିବିଧତା ର ସୁରକ୍ଷା ନିମନ୍ତେ । ସଚେତନତା, ବିହନ ଓ ଖାଦ୍ୟ ବ୍ୟାଙ୍କ, ଭାରତ ସରକାରଙ୍କ ଅଧିନରେ ବିଜ୍ଞାନ ପ୍ରସାର, ଅନୁମୋଦିତ ଭିପିନେଟ ଜରିଆରେ, ହର୍ଷିତା ପ୍ରିୟଦର୍ଶିନୀ ବିଜ୍ଞାନ କ୍ଲବ” ଗଠନ କରି ସାଙ୍ଗ ସାଥୀ, ସ୍ଥାନୀୟ ଅଞ୍ଚଳ ର ଚାଷୀ ଙ୍କୁ ଦେଶୀ ଧାନ, ଦେଶୀ ମାଣ୍ଡିଆ, ଥେଡ ଜନା, କାଙ୍ଗୁ,ସୁଁଆର ବ୍ୟାପକ ଚାଷ କରିବା ନିମନ୍ତେ ନିଜର ଶସ୍ୟ ଓ ବିହନ ବ୍ୟାଙ୍କ ଜରିଆରେ ସଂଗ୍ରହିତ ବିହନ ମାଗଣା ରେ ପ୍ରଦାନ କରୁଛନ୍ତି। ବିଶେଷ କରି ୧୫୩ ପ୍ରକାର ଦେଶୀ ଧାନ, ୫୦ ରୁ ଉର୍ଦ୍ଧ ଦେଶୀମାଣ୍ଡିଆ, କାଂଗୁ, ଶୁଁଆ, ଥେଡ୍ ଜନା ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ସଂଗ୍ରହ କରି ନିଜ ସଂଗ୍ରହାଳୟ ରେ ରଖିଛନ୍ତି। ବର୍ତ୍ତମାନ ବିଭିନ୍ନ ଦେଶ ର ଡାକ ଟିକଟ ସଂଗ୍ରହ କରି। ଜୈବ ବିବିଧତା ର ସୁରକ୍ଷା ନିମନ୍ତେ, ପଶୁ, ପକ୍ଷୀ, ଜଙ୍ଗଲ, ନଦୀ, ଫୁଲ, ଗଛ କୁ ନେଇ ଡାକଟିକଟ ସଂଗ୍ରହ କରି ସାଙ୍ଗ ସାଥୀ ଙ୍କୁ ସଚେତନତା କରୁଛନ୍ତି। ଉକ୍ତ କାର୍ଯ୍ୟକୁ ବିଦ୍ୟାଳୟ ର ଗୁରୁଜୀ, ଗୁରୂମା, କୃଷି ବିଜ୍ଞାନୀ ଶଙ୍କର ପଟ୍ଟନାୟକ, ସମାଜସେବୀ ଜଗନ୍ନାଥ ମିଶ୍ର, ପଦ୍ମଶ୍ରୀ କମଳା ପୂଜାରୀ, ପରିବେଶ ବିଦ ପ୍ରଦୀପ କୁମାର ମହାନ୍ତି, ତ୍ରିନାଥ ତରପୁଟିଆ, ସତ୍ୟ ଗଣ୍ଡା, ଓ ନିଜ ଭାଇ ହରିଶ ମହାନ୍ତି ସାହାଯ୍ୟ ସାହୋଜଗ କରୁଛନ୍ତି। ଆଗାମୀ ଦିନରେ ଜଣେ ପରିବେଶ ବିଦ ରୂପେ ଜୈବ ବିବିଧତା ଉପରେ କାମ କରିବା ଲକ୍ଷ୍ୟ ରୋଖିଛନ୍ତି।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା