November 25, 2024
Share

*ଖବର ଆଜିର*
ତାରିଖ ୨୯/୦୭/୨୦୨୩ ଶନିବାର ।

ମହାରାଷ୍ଟ୍ରର ନାସିକ ମନମାଡ ଜଙ୍କସନରେ ଏକ ବିରଳ ଏବଂ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଏଠାରେ ଟ୍ରେନକୁ ଅପେକ୍ଷା କରୁଥିବା ୪୫ ଯାତ୍ରୀ ଜାଣି ଚକିତ ହୋଇଥିଲେ ଯେ ତାଙ୍କ ଟ୍ରେନ୍ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିଥିଲା ଏବଂ ପାଞ୍ଚ ମିନିଟ୍ ପରେ ଚାଲି ଯାଇଥିଲା ।

ସିଧାପ୍ରସାରଣ ବେଳେ ରିକି ପଣ୍ଟିଂଙ୍କ ଉପରକୁ ଅଙ୍ଗୁର ଫୋପାଡ଼ିଲେ କ୍ରୀଡ଼ାପ୍ରେମୀ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସ୍‌ଡିଙ୍କ ଏମ୍‌ସ ଭୁବନେଶ୍ୱର ପରିଦର୍ଶନ, ଜାତୀୟ ଅନୁଷ୍ଠାନକୁ କଲେ ପ୍ରଶଂସା ।

ପ୍ୟାରିସ୍‌ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଟାୟାରର ଭଗ୍ନାବଶେଷ ରନୱେରେ ଦେଖାଯିବା ପରେ ଦିଲ୍ଲୀ ଫେରିଲା ।

ପ୍ରଶ୍ନପତ୍ର ବିକି କୋଟିପତି । ପେଶାରେ ଶିକ୍ଷକ, ହେଲେ ରାଜକୀୟ ଜୀବନଶୈଳୀ । ଓଡିଶା ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଗୋବିନ୍ଦଙ୍କ ସଂପର୍କରେ ମିଳିଲା ନୂଆ ନୂଆ ତଥ୍ୟ । ।

ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖିଛନ୍ତି। ।

ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ବସରେ ନଚଢାଇବା ନେଇ କଠୋର ହେଲା ପରିବହନ ବିଭାଗ, ଦଣ୍ଡ ବ୍ୟବସ୍ଥା ସହ ଇ-ଚାଲାଣ ପାଇଁ ନିର୍ଦ୍ଦେଶ ।

ବିଭତ୍ସ ହତ୍ୟାକାଣ୍ଡରେ ପୁଣି ଥରି ଉଠିଲା ଦିଲ୍ଲୀ, ଏକ ତରଫା ପ୍ରେମ ନିବେଦନରେ ବିଫଳ ପରେ ଯୁବତୀଙ୍କୁ ରଡ଼ରେ ପିଟିପିଟି ହତ୍ୟା କଲା ପ୍ରେମିକ ।

ତେଲେଙ୍ଗାନାରେ ବନ୍ୟା ତାଣ୍ଡବ : ବନ୍ୟା ପାଣିରେ ବୁଡି ରହିଛି ରାଜ୍ୟର ଅଧିକାଂଶ ଜିଲ୍ଲା, କର୍ଣ୍ଣାଟକ, କେରଳ, ତାମିଲନାଡୁରେ ମଧ୍ୟ ସମାନ ସ୍ଥିତି ।

ଆନ୍ଧ୍ର ଉପକୂଳ‌ରେ ବିଶାଳ ବ୍ଲୁ ହ୍ବେଲର ମୃତ ଶରୀର, ଦେଖିବାକୁ ଲୋକଙ୍କ ଭିଡ଼ ।

ମଣିପୁର ହିଂସା ତାତିରେ ହୁଲୁସ୍ତୁଲ ସଂସଦ । ୭ଦିନରେ ମଧ୍ୟ ଚାଲିପାରିଲାନି ମୌସୁମୀ ଅଧିବେଶନ, ଜୁଲାଇ ୩୧ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ ।

ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ସମସ୍ତ ମାମଲା ଖାରଜ୍ କରିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କାଶ୍ମୀର ହିନ୍ଦୁ ।

ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ: ଧମକ ମିଳିଥିବାରୁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ।

ଚାଷୀଙ୍କୁ ମିଳିଲା ପିଏମ କିଷାନ ଟଙ୍କା: ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଛି ୧୪ତମ କିସ୍ତିର ୨ହଜାର ଟଙ୍କା  ।

ଜୟପୁର-ଭୁବନେଶ୍ବର ବିମାନ ସେବା ପୁଣି ୩ ଦିନ ବାତିଲ୍; ଖରାପ ପାଗ ନା ଯାନ୍ତ୍ରିକ ତ୍ରୁଟି, ଦ୍ବନ୍ଦ୍ବରେ ଯାତ୍ରୀ ।

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା – ପ୍ରସ୍ତାବ ଆହ୍ୱାନ କଲା ଲଳିତ କଳା ଏକାଡେମୀ ।

ଓଡ଼ିଶାରେ ଚଳିତ ବର୍ଷ କାନାରା ବ୍ୟାଙ୍କର ଖୋଲିବ ୧୦ ନୂଆ ଶାଖା

ଆଜି ଦ୍ଵିତୀୟ ଦିନିକିଆ – ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ ।

ବିଦେଶୀ ସେୟାର ବଜାରରେ ନିବେଶ କରିପାରିବେ ଭାରତୀୟ କମ୍ପାନୀ, ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ସୁପ୍ରଭାତ ,ଶୁଭ ସକାଳ ।