March 10, 2026

ଆଜି ବି ବଞ୍ଚି ରହିଛି ହଳଲଙ୍ଗଳ ଚାଷ ।

IMG-20230728-WA0008
Share

ଆଜି ବି ବଞ୍ଚି ରହିଛି ହଳଲଙ୍ଗଳ ଚାଷ ।

 

ହାଟଡିହି,କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ବି ବଞ୍ଚି ରହିଛି ହଳଲଙ୍ଗଳ ଚାଷ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥ‌ିବା ନୈବେଦ୍ୟ ସ୍ବରୂପ ଅର୍ଥକୁ ବର୍ତମାନ ଅତ୍ୟାଧୁନିକ ପ୍ରଣାଳୀରେ ନାନା କିସମର ଯନ୍ତ୍ରପାତି ସାହାଯ୍ୟରେ ଚାଷ କରାଯାଉଛି । ଏହି ପରିପେକ୍ଷିରେ ହାଟଡିହି ଅଞ୍ଚଳର ୯୫ % ଚାଷ ଜମିରେ ଯନ୍ତ୍ରପାତି ସାହାଯ୍ୟରେ ଚାଷ କାର୍ଯ୍ୟ ହେଉଥ‌ିବା ବେଳେ ଏବେବି ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ, ବାଲିବରେଇ ଓ ହଦଗଡ଼ ଅଞ୍ଚଳରେ ହଳଲଙ୍ଗଳ ସାହାଯ୍ୟରେ ଆଦିବାସୀ ସମ୍ପ୍ରଦାୟର କିଛି ଚାଷୀ ପୁରୁଣା ଚାଷ ପ୍ରଣାଳୀକୁ ଜାବୁଡି ଧରି ଚାଷ କାର୍ଯ୍ୟ କରୁଥ‌ିବା ଦେଖୁବାକୁ ମିଳିଛି । ଏ ସମ୍ବନ୍ଧରେ କିଛି ଚାଷୀଙ୍କୁ ପଚାରିବାରୁ ହଳ ଲଙ୍ଗଳ ଚାଷ ଦ୍ବାରା ଗୋରୁ ଓ ମଣିଷ ମଧ୍ୟରେ ଥ‌ିବା ନିବିଡ଼ ସମ୍ପର୍କ କିପରି ବିଛିନ୍ନ ନ ହେବ ଏବଂ ଗୋରୁଙ୍କ ମଳ କୁହାଯାଉଥ‌ିବା ଗୋବର, କ୍ଷୀର ମଣିଷ ପାଇଁ ଶ୍ରେଷ୍ଠ ଉପାଦାନ ବୋଲି ସେମାନେ ବିଶ୍ବାସ କରନ୍ତି । ଅଧାରୁ ଅଧିକ ଲୋକେ ପକ୍କାଘରେ ରହୁଥ‌ିବା ବେଳେ ସେମାନେ ପକ୍କାଘର କରିଥିଲେ ସୁଦ୍ଧା ଗୋବର ମାଟିରେ ନିର୍ମିତ ଛଣ ଛପର ଘରେ ରହି ବେଶ ଆନନ୍ଦିତ ହେଉଥ‌ିବା କହିଛନ୍ତି । ଲିଭି ଯାଉଥ‌ିବା ପୁରୁଣା ଶ୍ରୁତିରୁ ସେମାନେ ଅଧିକାଂଶ ଶ୍ରୁତିକୁ ଜାବୁଡ଼ି ଧରି ଜୀବନ୍ଧ କରି ରଖୁଥ‌ିବାରୁ ସେମାନଙ୍କୁ ବିଭିନ୍ନ ସମ୍ପ୍ରଦାୟର ଲୋକେ ବେଶ ପ୍ରଶଂସା କରିଛନ୍ତି।

(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)