March 11, 2026

ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠିତ

IMG-20230726-WA0027
Share

 

 

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡରେ ବିଧାୟକ, ଧର୍ମଶାଳା ଶ୍ରୀ ପ୍ରଣବ ବଳବନ୍ତରାୟ ଓ ବିଧାୟିକା, ଝାରସୁଗୁଡା ସୁଶ୍ରୀ ଦୀପାଳି ଦାସଙ୍କୁ ସଦସ୍ୟଭାବେ ମନୋନୀତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ମଧ୍ୟ ସଦସ୍ୟଭାବେ ରହିବେ ।

 

ଜୁନ୍ ୧୨,୨୦୨୩ରେ ମୁଖ୍ୟମନ୍ତ୍ରୀ ଏହି ବୋର୍ଡ ଗଠନ ନିମନ୍ତେ ଘୋଷଣା କରିଥିଲେ । ଏହି ବୋର୍ଡ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ଏବଂ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବେ। ଏହି କଲ୍ୟାଣ ବୋର୍ଡ ଦ୍ୱାରା ରାଜ୍ୟର ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ୱ ଡ୍ରାଇଭର ଓ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଉପକୃତ ହେବେ।