ମା ଶାରଳା ଭାଗବତ ପ୍ରଚାର ସମିତିର ଦ୍ଵିତୀୟ ସଂନ୍ଧ୍ୟା
ଝଙ୍କଡ : 25/07/23 ::-ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ନବାକ୍ଷରୀ ଛନ୍ଦ ଓଡ଼ିଆ ଭାଗବତ ଓଡ଼ିଆଜାତିର ଏକ ଅମୂଲ୍ୟସମ୍ପତି । ଆଗେ ଗାଆଁ ରେ ଭାଗବତଟୁଙ୍ଗି ଥିଲା। ସଞ୍ଜ ହେଲେ ସମସ୍ତେ ଏକାଠି ବସି ଭାଗବତପାଠ କରୁଥିଲେ । ଯାହାଫଳରେ ପରଷ୍ପର ମଧ୍ଯରେ ଐକ୍ୟ, ସଂହତି ଓ ମୈତ୍ରୀ ପ୍ରତିଷ୍ଠାହେବା ସହିତ ଆମ ରାଜ୍ୟରେ ସାକ୍ଷରତାର ହାରବୃଦ୍ଧି ମଧ୍ୟ ବୃଦ୍ଧି କରିବାକ୍ଷେତ୍ର ରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି, ଝଙ୍କଡ଼ସାରଳାମନ୍ଦିର ବେଢା ମଧ୍ୟରେ, ଆୟୋଜିତ, ମା ସାରଳା ଭାଗବତ ପ୍ରଚାର ସମିତିର, ଦଶମ ବାର୍ଷିକ ମହୋତ୍ସବ ର ଦ୍ୱିତୀୟ ସଂଧ୍ୟାରେ ଧାରାବାହିକ ପ୍ରବାଚକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସମେତ ନିମନ୍ତ୍ରିତ ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ।
ସାରଳାମନ୍ଦିରର ପୂଜାପଣ୍ଡା ପ୍ରମୋଦ କୁମାର ପଣ୍ଡା ବରିଷ୍ଠସେବାୟତ ବିଶ୍ବରଂଜନ ରାଉଳ , ହରେକୃଷ୍ଣ ନାୟକ,ଓ ସମୀରକାନ୍ତ ରାଉଳ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ , ଅନୁଷ୍ଠାନର ସଭାପତି ଇଞ୍ଜିନିୟର ବିଷ୍ଣୁଚରଣ ସ୍ୱାଇଁ ସ୍ବାଗତଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ କ୍ଷୀରୋଦ କୁମାର ରାଉଳ ମାଲ୍ୟାର୍ପଣ କରିଥିଲେ।
ପଣ୍ଡିତ ଦେବଦତ୍ତ ଦାଶ ଓ ପଣ୍ଡିତ ବିଷ୍ଣୁନାରାୟଣ ପାଢ଼ୀ , ମଞ୍ଚରେ ଅଧିଷ୍ଠିତ ଜଗନ୍ନାଥ ବଳଭଦ୍ର ଓ ଶୁଭଦ୍ରା ଙ୍କର ପୂଜାର୍ଚ୍ଚନା ଓ ଆରତୀ କରିଥିବା ବେଳେ , ବାଦ୍ୟଯନ୍ତ୍ର ଓ ସଙ୍ଗୀତ ପରିଚାଳନା କରିଥଲେ, ଅନନ୍ତ କିଶୋର ରଥ , ରଞ୍ଜିତ ପ୍ରଧାନ ଓ ଦେବେନ୍ଦ୍ର ବାରିକ । ଏହି ଅବସରରେ ସାମ୍ବାଦିକ ସୁରକ୍ଷା ସମିତି ତିର୍ତ୍ତୋଲ ର ସଭାପତି ଶରତ ଚନ୍ଦ୍ର ଦାଶ , ଉପସଭାପତି ରଞ୍ଜନ କୁମାର ମଲ୍ଲିକ , ସମ୍ପାଦକ ଭାଗବତ ପ୍ରସାଦ, ମିଡ଼ିଆ ସଂଯୋଜକ କୈଳାଶ ଚନ୍ଦ୍ର ବେହେରା, ସହ ସଂଯୋଜକ ତାପସ କୁମାର ସେଠୀ ଓ ମୂଖ୍ୟଉପଦେଷ୍ଟା ରମାକାନ୍ତ ରାଉଳ ପ୍ରମୁଖ ଙ୍କୁ ମା ସାରଳା ଭାଗବତ ପ୍ରଚାର ସମିତିର ମାର୍ଗ ଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଓ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିବାର ଦେଖିବାକୁ ମିଳିଥିଲା
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !