ମାଲଚାମାଳ ଜଙ୍ଗଲ ରେ ଅବକାରୀ ବିଭାଗର ଚଢାଉ ବେଳେ ଗଞ୍ଜେଇ ତସ୍କର ଆକ୍ରମଣ ରେ ଦୁଇ ଗୁରତର
କୋରାପୁଟ ଜ଼ିଲ୍ଲା ଓଡିଶା ଓ ଛତିଶଗଡ଼ ରାଜ୍ୟ ଜଙ୍ଗଲ ସିମା କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଗ୍ରାମ ପାଶ୍ୱ ନିକଟସ୍ତ କୋଲାବ ନଦୀ ପ୍ରବାହିତ ହେଉଥିବା ଗୋଡ଼ା ଘାଟ ନିକଟସ୍ତ ରେ ଗଞ୍ଜେଇ ଚରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ର ରୁ ଅବକାରୀ ବିଭାଗ ଖବର ପାଇ ଜୟପୁର, କୋଟପାଡ଼, ଓ ବୋରିଗୁମ୍ମା ଅବକାରୀ ବିଭାଗ କର୍ମଚାରି ଚଢାଉ କରିଥିଲେ l ଜଙ୍ଗଲରେ ଅବକାରୀ ବିଭାଗର ଚଢଉ ସମୟରେ ଗଞ୍ଜେଇ ତସ୍କରମାନେ ଅବକାରୀ କର୍ମଚାରି ମାନଙ୍କୁ ଆକ୍ରମଣ କରିଥିଲବାର ଜଣାପଡିଛି l ଏଥିରେ ଦୁଇ ଅବକାରୀ କର୍ମଚାରି ଗୁରୁତ୍ୱ ଆହତ ହେଇଥିବାରୁ ଉଭୟଙ୍କୁ କୋଟପାଡ଼ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l ଏବଂ କୋଟପାଡ଼ ଥାନାକୁ ଅବକାରୀ ବିଭାଗ ଖବର ଦେଇଥିଲେ l ପ୍ରାଥମିକ ଚିକିଛା ପରେ ଜ଼ିଲ୍ଲା ସ୍ଵାସ୍ତ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି l ଶୁକ୍ରବାର ରାତ୍ର 9 ଘଣ୍ଟା ସମୟରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ ଜୟପୁର ଅବକାରି IIC ଙ୍କ ତତ୍ୱାବଧାନରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରି ବିଭାଗର ମିଳିତ ଭାବରେ ଚଢାଉ କରିଥିଲେ,ଚଢାଉ ସମୟରେ 20/25 ଜଣ ଗଞ୍ଜେଇ ତସ୍କର ଅବକାରୀ ପୋଲିସ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ ଏବଂ ଗଞ୍ଜେଇ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ,ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳ ଏବଂ ଜୟପୁର ଅବକାରି ଆଇ, ଆଇ, ସି, ହୋରବତ ବିଶ୍ୱାସ ଆହତ ହୋଇଛନ୍ତି,ଗୁରୁତର କନେଷ୍ଟବଳ ମେଘନାଥ ଶବର ଓ ବୋଲି ଜଣାପଡିଛି, ଆହତ ପରେ ଉଭୟଙ୍କୁ କୋଟପାଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା,ପ୍ରାପ୍ତ ସୂଚନା ଅନୁସାରେ ଆହତ ମାନଙ୍କର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସା କରାଯା
lଉଥିବା ଜଣାପଡିଛି l କୋଟପାଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି l ଏଥି ପୂର୍ବରୁ ଏହି ଅଞ୍ଚଳରେ ଅନେକ ଥର ଅବକାରୀ ବିଭାଗ ଚଢାଉ କରିଥିବାର ନଜର ରହିଛି କିନ୍ତୁ କହାକୁ ବି ଗିରଫ କରିଥିବା ଜଣାପଡିନାହିଁ l ଏହି ଅଞ୍ଚଳ ଘୋଂଚ ଜଙ୍ଗଲ ରହିଥିବା ବେଳେ ଛୋଟିଶଗଡ଼ ଅଞ୍ଚଳକୁ ଚରା ରାସ୍ତା ରହିଛି l ଫଳରେ ଗଞ୍ଜେଇ ମାଫିଆ ମାନେ ଚକମା ଦେଇ ଗଞ୍ଜେଇ ପାର କରୁଛନ୍ତି l ଏହି ଅଞ୍ଚଳ କୁ ଜଙ୍ଗଲ ମଧ୍ୟ ଦେଇ ମାଲକାନଗିରି, ମାତିଲି, ବୟପାରୀଗୁଡା, ଗୁପ୍ତେଶ୍ୱର କୁ ରାସ୍ତା ରହିଥିବା ବେଳେ କୋଲାବ ନଦୀ ପାର ହେବାକୁ ପଡିଥାଏ ତେଣୁ ଗଞ୍ଜେଇ ମାଫିଆ ମାନେ ଏହାର ଫାଇଦା ଉଠୁଥିବା ଜଣାପଡୁଛି l ଉକ୍ତ ଘଟଣା ପରେ କୋଟପାଡ଼ ପୋଲିସ ତନାଘୋନା ଆରମ୍ଭ କରିଥିବା ଜଣାପଡିଛି l
କିଙ୍ଗସ ବାର ଓ ରେସ୍ତୁରାଣ୍ଟର ମ୍ୟାନେ ଜର ଶ୍ରୀ ରାଜେଶ କୁମାର ଖବର ପାଇ ହସ୍ପିଟାଲ ରେ ପହଞ୍ଚି ଚିକିଚ୍ଛା କରାଇ ଜ଼ିଲ୍ଲା ଛକିଛାଲୟ କୁ ପଠାଇ ଥିଲେ Iଗତ ବିଳମ୍ବିତ ରାତ୍ରିରେ ଘଟିଥିବା ଏହି ଘଟଣା କୁ ଜନ ସାଧାରଣ ରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ସହରରେ ଜାତୀୟ ରାଜ ପଥ କଡ଼ ଠାରୁ ଆରମ୍ଭ କରି ସମସ୍ତ ସାହିର ଗୋଳି କନ୍ଦି ରେ ହୋଟେଲ. ଢ଼ାବା. ତେଜ ରାତି ଓ ପାନ ଦୋକାନରେ ଦେଶୀ. ବିଦେଶୀ ମଦର ବନ୍ୟା ରେ ଭାସୁଛି ଏହି ଦୋକାନ ମାନଙ୍କ ରେ ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଚଢ଼ାଉ କେବେ ହଵ ବୋଲି ବୁଦ୍ଧି ଜୀବ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I