ବୋଲଗଡ଼ ମଣ୍ଡଳ ବିଜେପି କାର୍ଯ୍ୟକର୍ତା ବୈଠକ।
ବୋଲଗଡ଼ ମଣ୍ଡଳ ବିଜେପି କାର୍ଯ୍ୟକର୍ତା ବୈଠକ।
ବୋଲଗଡ଼, ୨୧/୦୭ (ଉପାନ୍ତ ଓଡିଶା): ଭାରତୀୟ ଜନତା ପାର୍ଟି ବୋଲଗଡ଼ ୨୫ନମ୍ବର ଜୋନର କାର୍ଯ୍ୟକର୍ତ୍ତା ବୈଠକ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ଆର୍ତ୍ତବନ୍ଧୁ ପ୍ରଧାନଙ୍କ ଆବାହକତ୍ଵରେ ଶୁକ୍ରବାର ଦିନ ସ୍ଥାନୀୟ ପନ୍ଦର ଦୋଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ତଥା ବୋଲଗଡ଼ ବ୍ଲକ ସାଂସଦଙ୍କ ପ୍ରତିନିଧି ରଘୁନାଥ ଷଡଙ୍ଗୀଙ୍କ ଅଧ୍ଯକ୍ଷତାରେ ୬ ଗୋଟି ଗ୍ରାମ ପଞ୍ଚାୟତର ସଭାପତିଙ୍କ ମଧ୍ୟରେ ଡାବରଧୁଆ ଗ୍ରାମପଞ୍ଚାୟତର ସଭାପତି ବନ୍ଧୁ କୁମାର ଭୋଳ , କଳାଙ୍ଗ ଗ୍ରାମ ପଞ୍ଚାୟତ ସଭାପତି ବଳଭଦ୍ର ମହାପାତ୍ର, ଦଳେଇସାହି ଗ୍ରାମ ପଞ୍ଚାୟତ ସଭାପତି ଉପେନ୍ଦ୍ର କୁମାର ସୁବୁଦ୍ଧି, ଫାସିଓଦା ଗ୍ରାମ ପଞ୍ଚାୟତ ସଭାପତି ରାଘବ ଚନ୍ଦ୍ର ସ୍ୱାଇଁ ଓ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର ସଭାପତି ସୋମନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇ ନିଜର ବୁଥ
ସ୍ତରକୁ ସୁଦୃଢ କରିବାକୁ ଶପଥ ନେବା ସହିତ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l । ସେହିଭଳି ଖୋର୍ଦ୍ଧା ଜିଲ୍ଲା ବିଜେପି ସଂପାଦକ ଇଂ କର୍ପୁର ସାହୁ ଓ ଅନ୍ୟତମ ଅତିଥି ଭାବେ ବାଙ୍କୋଇ ମଣ୍ଡଳ ସଭାପତି ସୁମନ୍ତ କୁମାର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ଶାସନରେ ବିଭିନ୍ନ ବିକାଶ ସଂପର୍କରେ ମତବ୍ୟକ୍ତ ରଖିଥିଲେ। ଏହି ବୈଠକରେ ବୋଲଗଡର ୨୫ନମ୍ବର ଜୋନର ୨୦୦ରୁ ଉର୍ଦ୍ଧ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପରିଶେଷରେ ବୋଲଗଡ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶିବ ପ୍ରକାଶ ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ ଦେଇଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।