କାଶୀନଗର ଥାନା ଅଞ୍ଚଳରେ ଘଟି ଥିବା ଏକ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍

af263501-56ec-4a25-83ac-6680b0f4dc22
Share

ପାରଳାଖେମୁଣ୍ଡି:୨୧/୭(ଗରୁଡ଼ ଧ୍ଵଜ ଚୌଧୁରୀ)କାଶୀନଗର ଥାନା ଅଞ୍ଚଳରେ ଘଟି ଥିବା ଏକ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍
ଗଜପତି ଜିଲ୍ଲା ଅତିରିକୁ ସ୍ବତନ୍ନ ଦୈରାଜଜ୍ ପ୍ରଦୀପ କୁମାର ସାମଲ ଆଜି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ଶୁଣାଇଥିବାର ଜଣାପଡିଛି । ଘଟଣା ପ୍ରକାରେ କାଶୀନଗର ଥାନା ଅନ୍ତର୍ଗତ କେ.ସୀତାପୁର ଗ୍ରାମରେ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଣେଶ ପୁଜା ଚାଲିଥୁବା ସମୟରେ ଅଭିଯୁକ୍ତ ବି.କିରଣ ସେହି ଗ୍ରାମର ୧୦ବର୍ଷିଆ ବୟସ୍କ ନାବାଳିକାଙ୍କୁ କୌଣସି ପ୍ରଲୋଭନ ଦେଖାଇ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ କାଶୀନଗର ଥାନାରେ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ନିଜେ ତଦନ ଭାର ନେଇ ଅନୁସନ୍ଧାନ କରିବା ସହ ପଦ୍ମା ପ୍ରମାଣ ପାଇ ଅଭିଯୁକ୍ତିକୁ ତୁରନୁ ଗିରଫ କରିଥିଲେ । ଏନେଇ ସେତେବେଳେ ୯୭/୨୧ରେ ଏକ ମାମଲୁ ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଆଜି ସ୍ବତନ୍ତ୍ର ଜଜ୍ ଶ୍ରୀ ସାମଲ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ଶୁଣାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ମାମଲା ସରକାରଙ୍କ ପକ୍ଷରୁ ଶରତ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ମୁଦାଲା ପକ୍ଷରୁ ବରିଷ୍ଠ ଓକିଲ ଏଲ୍.କେ. ଅଧ୍ବକାରୀ ପରିଚାଳନା କରିଥୁବାର ସରକାରୀ ଓକିଲ ଆର୍.ଜନାର୍ଦ୍ଦନ ରାଓ ସୂଚନା ପ୍ରଦାନ କରିଛନ୍ତି ।

You may have missed