ଦ୍ବିତୀୟ ସୋମବାର, ବୁଦ୍ଧଖୋଲ ଓ କୁବେରେଶ୍ବର ଶୈବପୀଠରେ କାଉଡିଆଙ୍କ ଜଳାଭିଷେକ
ଦ୍ବିତୀୟ ସୋମବାର, ବୁଦ୍ଧଖୋଲ ଓ କୁବେରେଶ୍ବର ଶୈବପୀଠରେ କାଉଡିଆଙ୍କ ଜଳାଭିଷେକ
ବୁଗୁଡ଼ା : ତା ୧୭/୦୭/୨୩ : ପବିତ୍ର ଶ୍ରାବଣ ଦ୍ବିତୀୟ ସୋମବାରରେ ବୁଦ୍ଧଖୋଲ ଓ କୁବେରେଶ୍ବର ଶୈବପୀଠରେ କାଉଡିଆଙ୍କ ଭିଡ ଦେଖବାକୁ ମିଳିଛି ।କାଉଡିଆମାନେ ରୁଷିକୁଲ୍ୟା ନଦୀରୁ ଘଟରେ ଜଳ ଧାରଣ କରି ଖାଲି ପାଦରେ ଚାଲି ଚାଲି ଶିବଙ୍କ ନାମ ସ୍ମରଣ କରି ବୁଦ୍ଧଖୋଲ ଓ କୁବେରେଶ୍ବରରେ ପହଞ୍ଚିଥିଲେ । ବହୁ ସଂଖ୍ୟକ କାଉଡିଆଙ୍କ ସମାଗମ ଯୋଗୁଁ ବୁଗୁଡ଼ା ସହରର ରାସ୍ତାଘାଟ ଏବଂ ଶୈବପୀଠ ଦ୍ବୟ ହର ହର ମହାଦେବ ଧ୍ବନୀ ସହ ବୋଲବମ୍ ସଙ୍ଗୀତର ମୂର୍ଚ୍ଛନାରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ଶହ ଶହ ମାନସିକଧାରୀ ଶୈବ ଭକ୍ତ ବୁଦ୍ଧଖୋଲ ଓ କୁବେରେଶ୍ବରରେ ପହଞ୍ଚି ମହାଦେବଙ୍କ ପୀଠରେ ଜଳାଭିଷେକ ସହ ପୂଜାପାଠ କରିଥିଲେ ।