June 14, 2026

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ। ଅସ୍ପେୟାର ଗୋଷ୍ଠୀ ଶିକ୍ଷା ସାଧନା କେନ୍ଦ୍ର ଉଦ୍ଘାଟନ

IMG-20230717-WA0015
Share

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।
ଅସ୍ପେୟାର ଗୋଷ୍ଠୀ ଶିକ୍ଷା ସାଧନା କେନ୍ଦ୍ର ଉଦ୍ଘାଟନ

ହାଟଡିହି,୧୭/୦୭ କେଉଁଝର ଜିଲ୍ଲା ହାଟଡିହି ବ୍ଲକର ଗେଡମା ପଞ୍ଚାୟତରେ ଆସ୍ପେୟାର ସଂସ୍ଥା ସୈଜନ୍ୟ ରେ ଏକ ଗୋଷ୍ଠୀ ଶିକ୍ଷା ସାଧନା କେନ୍ଦ୍ର ର ଶୁଭ ଉଦ୍ଘାଟନ ହୋଇଯାଇଅଛି।ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଙ୍କ କର କମଳରେ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ,ଆସ୍ପେୟାର ବି.ସି କୃପାସିନ୍ଧୁ ସିଂ ଙ୍କ ଆୟୋଜିତ ସଭାରେ ,ମୁଖ୍ୟବକ୍ତା ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ,ମଞ୍ଚାସିନ ଅତିଥି ଗେଡମା ସରପଞ୍ଚ ସିଲାରାଣୀ କାଣ୍ଡୀ,ପୂର୍ବତନ ସମିତାି ସଭ୍ୟ ବିରେନ୍ଦ୍ର ବିଶ୍ବାଳ, ଯୋଗ ଦେଇ ଶିଶୁଶ୍ରମିକ ଉଛ୍ଛେଦ,ଗରିବ ଅବହେଳିତ ଛାତ୍ର ଓ ଛାତ୍ରୀ ଙ୍କୁ ସାହାଯ୍ୟର ହାତ ବଢାଇବା ,ପଞ୍ଚାୟତ ସ୍ତରୀୟ କମ୍ପୁଟର ଶିକ୍ଷାକୁ ବ୍ୟାପକ କରିବା ଭଳି ଆସ୍ପେୟାର ସଂସ୍ଥାର ବିଭିନ୍ନ ଜନହିତକର କାଯ୍ର୍ୟକୁ ପ୍ରଶଂସା କରିଥିଲେ।ଏହି ଗୋଷ୍ଠୀ ଶିକ୍ଷା ସାଧନା କେନ୍ଦ୍ର ସ୍ଥାପନ ହେବା ଦ୍ବାରା ପଞ୍ଚାୟତରେ ବହୁ ଛାତ୍ର ଛାତ୍ରୀ ଓ ଜନସାଧାରଣ ସ୍ବଳ୍ପ ମୂଲ୍ୟରେ କମ୍ପୁଟର ଶିକ୍ଷା ସହିତ ମୋ ସେବାକେନ୍ଦ୍ର ଭଳି ସମସ୍ତ ସେବା ପାଇଁ ପାରିବେ ବୋଲି ଗେଡମା ସରପଞ୍ଚ ପ୍ରତିନିଧୀ ସୁରେନ୍ଦ୍ର କାଣ୍ଡି ମତବ୍ୟକ୍ତ ଥିଲେ।ଏହି କେନ୍ଦ୍ରରେ ୧୨ଟି କମ୍ପୁଟର ଓ ପ୍ରିଣ୍ଟର, ପ୍ରୋଜେକ୍ଟର ଯୋଗାଇ ଦିଆ ଯାଇଛି।ଏଥିରେ ପ୍ରଧାନ ଶିକ୍ଷକ ଉମାକାନ୍ତ ସେନାପତି,ପ୍ରଦୀପ ଜେନା,ସଭ୍ୟା ସଷ୍ମିତା ଜେନା,ରଞ୍ଜନପହି,କିଶୋର ଜେନା,ନାରାୟଣ ଜେନା,ଚିକୁ ସେନାପତି,ଉପସ୍ଥିତ ରହି ଉଦ୍ଘାଟନୀ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

You may have missed