November 23, 2024

ଆରଡିସି ଅଫିସ ଘେରାଉ ପାଇଁ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରସ୍ତୁତି ବୈଠକ

Share

ଆରଡିସି ଅଫିସ ଘେରାଉ ପାଇଁ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରସ୍ତୁତି ବୈଠକ

ନୀଳଗିରି : ରାଜ୍ୟ ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ଆଉଟସୋର୍ସିଂ କର୍ମଚାରୀମାନେ ବହୁବାର ଆନ୍ଦୋଳନ କରି ମଧ୍ୟ ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଉନାହାନ୍ତି । ସେଥିପାଇଁ ଜୁଲାଇ ୧୦ ରୁ ୧୫ ତାରିଖ ରାଜ୍ୟର ସମସ୍ତ ଆଉଟସୋର୍ସିଂ କର୍ମଚାରୀ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିଲେ । ଆସନ୍ତା ୨୧ ତାରିଖ ଆରଡିସି ଅଫିସ ଘେରାଉ ପାଇଁ ସାରା ରାଜ୍ୟର ଆଉଟସୋର୍ସିଂ କର୍ମଚାରୀମାନେ ସଜବାଜ ହେଉଥିବାବେଳେ ବାଲେଶ୍ଵର ଜିଲ୍ଲା ନେତୃତ୍ୱଙ୍କ ନିର୍ଦ୍ଦେଶରେ ରବିବାର ସନ୍ଧ୍ୟାରେ ନୀଳଗିରି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଆଉଟସୋର୍ସିଂ କର୍ମଚାରୀମାନେ ଯୋଗଦାନ କରିଥିଲେ । ନୀଳଗିରି ବ୍ଲକରୁ ଶତାଧିକ ଆଉଟସୋର୍ସିଂ କର୍ମଚାରୀକୁ କଟକ ଆରଡିସି ଅଫିସ ଘେରାଉରେ ସାମିଲ ହେବା ପାଇଁ ଜିଲ୍ଲା ସଭାପତି ମନୋଜ ରାଉତ କହିଛନ୍ତି । ଜିଲ୍ଲା ଉପସଭାପତି ଦେବାଶିଷ ଜେନା ଏବଂ ସମ୍ପାଦକ ପ୍ରଶାନ୍ତ ବେହେରା ସରକାରଙ୍କ ବୈମାତୃକ ମନୋଭାବ ଉପରେ ଆଲୋକପାତ କରିଥିଲେ । ଆଗାମୀ ୨୧ ତାରିଖ କଟକ ଆରଡିସି ଅଫିସ ଘେରାଉକୁ ସଫଳ କରିବା ସହ ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଜୁଲାଇ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ସାନୁ କୁମାର ଶାସମଲ କହିଛନ୍ତି । ନୀଳଗିରି ବ୍ଲକର ବିଭିନ୍ନ ବିଭାଗର ଆଉଟସୋର୍ସିଂ କର୍ମଚାରୀ ସତ୍ୟଜିତ ଦତ୍ତ, ଅଭିଷେକ ମହାପାତ୍ର,ପ୍ରତାପ ମହାନ୍ତି, ଅସିତ୍ ବେହେରା,ତ୍ରୃପ୍ତି ଦାସ,ସୁମିତ୍ରା ବଳ,ଦଧିଚି ପଣ୍ଡା, ପଦ୍ମଲୋଚନ ବିଶ୍ୱାଳ,ଅଞ୍ଜୁ ମୁଖୀ ,ରୁନି ଜେନା, ଜୀବନ ବେଜ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ ।

ବାଲେଶ୍ଵର ଜିଲ୍ଲାରୁ ଦେବାଶିଷ ଦାଶ୍ କ୍କ ରିପୋର୍ଟ