June 29, 2026

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ ଜଣେ ଗିରଫ

IMG-20230716-WA0001
Share

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ ଜଣେ ଗିରଫ
ବ୍ରାହ୍ମଣୀଗାଁ ତା ୧୫\ ୭ କନ୍ଧମାଳ ଜିଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବୃଦ୍ଧି ପାଇଥିବା ବେଳେ ବାଲିଗୁଡ଼ା, କ. ନୂଆଗାଁ ପାର ହୋଇ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆମାନେ ବେଧଡ଼କ ଚୋରାଚାଲାଣ କରୁଛନ୍ତି। ହେଲେ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପଞ୍ଝା ରେ ପଡ଼ିଛନ୍ତି ଜଣେ ବ୍ୟକ୍ତି, ସେହି ବ୍ୟକ୍ତି ଜଣକ ହେଉଛନ୍ତି ଦାରିଙ୍ଗବାଡି ଥାନା ଅଞ୍ଚଳ କିଲାବାଡି ଗ୍ରାମର ନୀନ ପ୍ରଧାନ । ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ନେଇ ଆଇଆଇସି କୌଶିକ ମାଝି ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଏକ ଧଳା କାର୍‌ ନଂ (ଓଡି ୦୨ ଏବି ୦୦୪୫)ରେ ୪୦ କେଜି ଗଞ୍ଜେଇ ଭର୍ତ୍ତି କରି ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି କାର୍‌ ସହ ଗଞ୍ଜେଇ ଜବତ କରିଥିଲା ଓ ଏଥିରେ ସମ୍ପୃକ୍ତି ଜଣକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି କହିଛନ୍ତି। ଏନେଇ କେସ୍‌ ନଂ ୧୩୦/୨୩ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରିରଖିଛି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed