April 25, 2026

ଗଜପତି ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ, ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା

IMG-20230712-WA0005
Share

ଗଜପତି ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ, ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା ——-ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗତକାଲି ଠାରୁ ମୋହନା ବ୍ଲକ ଗସ୍ତରେ ଆସି ବିଭିନ୍ନ ଗ୍ରାମ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ପରିଦର୍ଶନ କରିଥିଲେ।ଏହା ପରେ ମୋହନା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସରକାରଙ୍କ ଅନୁଦାନରେ ହୋଇଥିବା ଏବଂ କେତକ ଚାଲୁ ରହିଥିବା କାର୍ଯ୍ୟ ପରିଦର୍ଶନ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ଏହା ପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ମୋହନା ଗ୍ରାମ ପଂଚାୟତ ଅନ୍ତର୍ଗତ ଖାରୀଗୁଡା ଗ୍ରାମର ସୁମିତ୍ରା ନାୟକ ନାମକ ଜଣେ ଭିନ୍ନକ୍ଷମ ମହିଳାଙ୍କ ଚୁମ୍ପୁଡି ଘରକୁ ଯାଇ ତାର ଅବସ୍ଥା ଦେଖି ବିଭାଗୀୟ ଅଧିକାରୀ ଙ୍କୁନିର୍ଦେଶ ଦେଇଥିଲେ କି ତାର ଚଳିବା ନିମନ୍ତେ ବ୍ୟବସ୍ଥା କରିବା ପାଇଁ। ତାପରେ ଜିଲ୍ଲାପାଳ ଅଚାନକ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଚିକିଛା ବ୍ୟବସ୍ଥା ପଚାରି ବୁଝିଥିଲେ।ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ବିଡ଼ିଓ ତପସ୍ୱିନୀ ହଂସଦା, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ ପ୍ରମୁଖ ଜିଲ୍ଲାପାଳ ଙ୍କ ସହ ଥିବା ଦେଖିବାକୁ ମିଳିଥିଲା।