କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ହାଇସ୍କୁଲରେ ବୃକ୍ଷରୋପଣ
କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ହାଇସ୍କୁଲରେ ବୃକ୍ଷରୋପଣ
କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ମସିହାଖାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ହାଇସ୍କୁଲରେ ଆଜି ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସ୍ବାଇଁଙ୍କ ନେତୃତ୍ଵରେ ଆୟୋଜିତ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ମସିହଖାଲି ଗ୍ରାମ ପଞ୍ଚାୟତ ସରପଞ୍ଚ କାପଲ ବୁଲୁ ଯୋଗ ଦେଇ ବିଭିନ୍ନ ପ୍ରକାର ଗଛ ଆମ୍ବ, ନିମ୍ବ, କଦମ୍ବ, ଜାମକୋଳି ଓ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ପ୍ରାକୃତିକ ପରିବେଶର ସୁରକ୍ଷା ସାଙ୍ଗକୁ ଗୋଟିଏ ଗଛ କୋଟିଏ ଜୀବନ ଲକ୍ଷ୍ୟରେ ବୋଲି ମୁଖ୍ୟ ଅତିଥି ଅଭିଭାଷଣରେ ଉଦବୋଧନ ଦେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ କର୍ପୋରେଟର ଅନିଲ ନାୟକ, ପୂର୍ବତନ ସରପଞ୍ଚ ନରସିଂହ ସାହୁ, ଫୋରେଷ୍ଟର ବାବୁ ସେଠୀ, ଫୋରେଷ୍ଟର ପ୍ରମିଳା ସାବତ, ଅବସରପ୍ରାପ୍ତ ଫୋରେଷ୍ଟର ରମେଶ ଚନ୍ଦ୍ର ମିଶ୍ର, ମୁନି ପ୍ରସାଦ ପାଢ଼ୀ, ନଗେଶ କୁମାର ପାତ୍ର, ଫୋରେଷ୍ଟ ଗାର୍ଡ ନୀଳମାଧବ ଜେନା, ବିଦ୍ୟାଳୟର ସମସ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ହୋଲ ସାଇ ବିଭୁତି ବେହେରା, ଉର୍ମିଳା କୁମାରୀ କାର୍ଜୀ, ସନ୍ଧ୍ୟା ରାଣୀ ରଣା, ଦୀପ୍ତି ରାଣୀ ନାୟକ, ମନୋଜ କୁମାର ଦଳାଇ, ହର ପ୍ରସାଦ ବିଶୋଇ,ସରିତା କୁମାରୀ ନାୟକ, ବିଦ୍ୟାଳୟର କିରାଣୀ ସଚ୍ଚିତାନନ୍ଦ ସାହୁ,କଦାମିନୀ ନାୟକ, ସଦାନନ୍ଦ ପ୍ରଧାନଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ