November 25, 2024

ଜାତୀୟ ବନ ମହୋତ୍ସବ ସପ୍ତାହ ପାଳିତ ।

Share

ଜାତୀୟ ବନ ମହୋତ୍ସବ ସପ୍ତାହ ପାଳିତ ।
କୋରାପୁଟ,୯।୭ ( ଉପାନ୍ତ ଓଡ଼ିଶା ) ଜାତୀୟ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୈପାରୀଗୁଡା ବ୍ଲକ ର ଦୋରାଗୁଡା ଗ୍ରାମ ପଞ୍ଚାୟତ ର ମିନରବାଲୀ,ଡୁମୁରିଗୁଡା, ସାପ ଗୁଡା ଅଞ୍ଚଳରେ ଉର୍ବରା କୃଷି ପ୍ରାଇଭେଟ୍ ଲିମିଟେଡ଼୍ ଜୟପୁର ଆନୁକୂଲ୍ୟରେ ପରିବେଶ ସୁରକ୍ଷା,ବିଶ୍ୱ ତାପ ନିୟନ୍ତ୍ରଣ, ଓ ସ୍ଥାନୀୟ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ସକାଶେ ୨୫ ହଜାରରୁ ଉର୍ଦ୍ଧ୍ଵ କାଗଜ ମଣ୍ଡ ନିମନ୍ତେ ଉଦ୍ଧିଷ୍ଟ ନୀଳଗିରି ଓ ଆକାଶିଆ ବୃକ୍ଷ ରୋପଣ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ଶାଖା ପରିଚାଳକ ସୁଧାଂଶୁ ଭୂଷଣ ସାହୁ, ହରେକୃଷ୍ଣ ମହାନ୍ତି,ସୋମନାଥ ପୂଜାରୀ ସୁନାଥର ବଡ଼ନାୟକ,ହର୍ଷିତା ପ୍ରିୟ ଦର୍ଶନୀ, ଘାଷି ପୂଜାରୀ,ଓ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରା ଯାଇଥିଲା । ଆଗାମୀ ଦିନରେ ଅଦରକାରୀ ଜମିରେ ବୃକ୍ଷ ରୋପଣ କରିବା ପାଇଁ ଅନେକ ଚାଷୀ ଇଛା ପ୍ରକାଶ କରିଥିଲେ । ଏହି ବନ ମହୋତ୍ସବ ସପ୍ତାହରେ ଉର୍ବରା କୃଷି ଲିମିଟେଡ଼୍ ତରଫରୁ କୋରାପୁଟ, ନବରଙ୍ଗ ପୂର୍, ମାଲକାନଗିରି, ଛତିଶଗଡ଼ ର କଣ୍ଡା ଗାଁ, ଅଞ୍ଚଳ ରେ ଚାଷୀ ଙ୍କ ଦ୍ୱାରା ୩୦ ଲକ୍ଷ୍ୟ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା